ବାଃରେ ଜନ ସେବକ: ଦିବ୍ୟାଙ୍ଗକୁ ୮ ବର୍ଷ ବନ୍ଧକ

ରାଞ୍ଚି: ୮ ବର୍ଷ ଧରି ଦିବ୍ୟାଙ୍ଗକୁ ବନ୍ଧକ ରଖିଥିଲେ ବିଜେପି ନେତ୍ରୀ। ରାଞ୍ଚିରେ ଏହାକୁ ନେଇ ହଇଚଇ ଖେଳିଯାଇଛି। କେବଳ ବନ୍ଧକ ରଖିନଥିଲେ, ବରଂ ଅମାନୁଷିକ ନିର୍ଯାତନା ଦେଇଥିଲେ। ଯାହାକୁ ଶୁଣିଲେ ଲୋମଟାଙ୍କୁରି ଯିବ। ଜଣେ ମହିଳା ଏତେ ତଳସ୍ତରକୁ ଖସିପାରେ ବୋଲି ଆପେ ଆପେ ମୁହଁରୁ ବାହାରିଯିବ।

ବିନା ପାଣି। ବିନା ଖାଇବାରେ ଗୋଟିଏ ରୁମ୍ ରେ ଦିନ ଦିନ ଧରି ବନ୍ଦୀ କରି ରଖାଯାଇଥିଲା। ନିରନ୍ତର ମାଡ଼ ମାରୁଥିଲେ। ପିଇବାକୁ ମାଗିଲେ ପରିଶ୍ରା ଦେଉଥିଲେ। ଖାଇବାକୁ ମାଗିଲେ ଗରମ ଚେଙ୍କ। ଦୀର୍ଘ ୮ ବର୍ଷ ଧରି ୨୯ ବର୍ଷର ଜଣେ ଆଦିବାସୀ ମହିଳାଙ୍କୁ ଏମିତି ଅମାନୁଷିକ ନିର୍ଯାତନା ଦେଇ ଆସୁଥିଲେ ଝାଡ଼ଖଣ୍ଡର ବିଜେପି ନେତ୍ରୀ ସୀମା ପାତ୍ର। ସୀମା ହେଉଛନ୍ତି ଅବସରପ୍ରାପ୍ତ ଆଇଏଏସ ଅଫିସର ମହେଶ୍ୱର ପାତ୍ରଙ୍କ ପତ୍ନୀ। ଦିବ୍ୟାଙ୍ଗ ମହିଳା ସୁନୀତାଙ୍କ ଦେହ ଯାକ ପୋଡ଼ା ଓ ଚେଙ୍କର ଦାଗ। ଦାନ୍ତକୁ ଆଇରନ ରଡ୍‌ରେ ବି ଭାଙ୍ଗି ଦିଆଯାଇଛି।

୮ ବର୍ଷ ଧରି ବନ୍ଦ ରୁମରେ ଏଭଳି ଅକଥନୀୟ ନିର୍ଯାତନାର ଶୀକାର ହୋଇଥିବା ସୁନୀତାକୁ ଯେତେବେଳେ ଉଦ୍ଧାର କରାଗଲା। ଆଉ ହସ୍ପିଟାଲରେ ଭର୍ତ୍ତି ବେଳେ ଅକଥନୀୟ ଅତ୍ୟାଚାର କଥା ସୁନୀତାଙ୍କ ମୁହଁରୁ ଯିଏ ଶୁଣିବ, ଲୋମ ଟାଙ୍କୁରି ଯିବ।

ସୁନୀତାଙ୍କୁ ବନ୍ଦୀ କରି ଏଭଳି ନିର୍ଯ୍ୟାତନାର ଖବର କୌଣସି ସୂତ୍ରରୁ ପ୍ରଶାସନ ପାଇଥିଲା। ଅରଗୋରା ଥାନାରେ ଆଇପିସିର ଧାରା ୩୨୩, ୩୨୫, ୩୪୬, ୩୭୪ ଆଧାରରେ ମାମଲା ହୋଇଛି। ଏହା ସହ ଆଟ୍ରୋସିଟି ମାମଲା ବି ହୋଇଛି। ସୁନୀତା ଭଲ ହେବା ପରେ ତାଙ୍କର ୧୬୧ ବୟାନ ରେକର୍ଡ କରାଯିବ। ଏହି ଘଟଣା ପରେ ସୀମାଙ୍କୁ ଦଳରୁ ନିଲମ୍ୱିତ କରାଯାଇଛି। ଯିଏ ବିଜେପି ମହିଳା ଶାଖାର ନାସନାଲ ଓ୍ୱାର୍କିଂ କମିଟିର ସଭ୍ୟ ଥିଲେ।

୧୦ ବର୍ଷ ହେଲା ସୁନୀତା ଘରୋଇ ସହାୟିକା ଭାବେ କାମ କରି ଆସୁଥିଲେ। କିନ୍ତୁ ଗଲା ୮ ବର୍ଷ ହେଲା ତାଙ୍କ ପ୍ରତି ଅମାନୁଷିକ ବ୍ୟବହାର କରୁଥିଲେ ସୀମା। ବଡ଼ କଥା ହେଲା କି, ସୁନୀତାକୁ ଉଦ୍ଧାର କରିଥିଲେ ସୀମାଙ୍କ ପୁଅ ଆୟୁଷ୍ମାନ୍। ସୁନୀତାଙ୍କୁ ଉଦ୍ଧାର କରିବାକୁ ଆୟୁଷ୍ମାନ ଜଣେ ମିତ୍ରଙ୍କ ସାହାଯ୍ୟ ମାଗିଥିଲେ। କେବଳ ଆୟୁଷ୍ମାନଙ୍କ ପାଇଁ ବଞ୍ଚିକି ଆସିଲେ ବୋଲି କହିଛନ୍ତି ସୁନୀତା। ଡାକ୍ତରଙ୍କ କହିବା କଥା, ସୁନୀତାଙ୍କ ଅବସ୍ଥା ଏବେ ଭଲ ନାହିଁ। ସୁସ୍ଥ ହେବା ପରେ ଯାହା କିଛି କହିହେବ।

ଖୁବ ଶୀଘ୍ର ସୀମା ଗିରଫ ହେବେ। ସୁନୀତା ଏବେ ରାଞ୍ଚିର ରିମସରେ ଚିକିତ୍ସାଧୀନ ଅଛନ୍ତି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *