ଟାଙ୍ଗିଆରେ ହାଣି ଅଜଣା ବ୍ୟକ୍ତିଙ୍କୁ ହତ୍ୟା

Spread the love

ଦେବଗଡ: ଦେବଗଡ ଥାନା ବସାଲୋଇ ଗ୍ରାମପଞ୍ଚାୟତ କାଲକାଠ କିସାନ ସାହିରେ ଜଘନ୍ୟ ହତ୍ୟାକାଣ୍ଡ। ଗତକାଲି ରାତିରେ ସାମାନ୍ୟ ବଚସାକୁ ନେଇ ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ କିସାନ ସାହିର ହୃଦାନନ୍ଦ କିସାନ ବୋଲି ଜଣାପଡିଛି। ଏହି ହତ୍ୟାକାଣ୍ଡରେ ୫ ଜଣଙ୍କୁ ଦେବଗଡ଼ ପୋଲିସ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରିବା ସହ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହ ଦେବଗଡ଼ ପୋଲିସ୍ ତନାଘନା ଜାରି ରଖିଛି।

Leave a Reply

Your email address will not be published. Required fields are marked *