ଜୟପୁର : ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ବିଭାଗ ଚଢାଉ କରି ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଜୟପୁର ସଦର ଥାନା ଅନ୍ତର୍ଗତ ସ୍ୟାମଦାସପୁଟ ଗ୍ରାମର ବୁଦ୍ରା ଦୋରା (୩୦) । ଜୟପୁର ଅବକାରି ବିଭାଗ ସୁଚନା ଅନୁଯାଇ ଜୟପୁର ସଦର ଥାନା ଅନ୍ତର୍ଗତ ସ୍ୟାମଦାସପୁଟ ଗ୍ରାମର ବୁଦ୍ରା ଦୋରା ଦେଶି ମଦ ଚାଲାଣ କରୁଥିବା ସୂଚନା ପାଇ ଥିଲା ଅବକାରି ବିଭାଗ । ଦେଶି ମଦ ଚାଲାଣ କରୁଥିବା ବେଳେ ଗ୍ରାମ ରାସ୍ତାରେ ଅବକାରି ବିଭାଗ ଚଢାଉ କରିଥିଲା । ଚଢାଉ କରି ୧୮ ଲିଟର ଦେଶି ମଦକୁ ଜବତ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରି ଓଆଇସି ସଞ୍ଜୟ କୁମାର କାଣ୍ଡି ସୂଚନା ଦେଇଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now