ଆମ୍ ଆଦମୀ ପାର୍ଟି (ଏଏପି) ର ଜଳନ୍ଧର ସେଣ୍ଟ୍ରାଲର ବିଧାୟକ ରମନ ଅରୋରାଙ୍କୁ ଦୁର୍ନୀତି ମାମଲାରେ ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ (VB) ଗିରଫ କରିଛି। ଆଜି ସକାଳୁ ତାଙ୍କ ଘରେ ଭିଜିଲାନ୍ସ ରେଡ୍ ଜାରି ଥିଲା। ଆଉ ରେଡ୍ ସରିବା ପରେ ମନ୍ଦିର ଦର୍ଶନ ସମୟରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଅଭିଯୋଗ ଅନୁଯାୟୀ, ଅରୋରା ପূର୍ବତନ ଅାସିଷ୍ଟାଣ୍ଟ ଟାଉନ୍ ପ୍ଲାନର (ATP) ସୁଖଦେବ ବଶିଷ୍ଠଙ୍କ ସହ ମିଶି ଜଣସାଧାରଣଙ୍କୁ ଭୟ ଦେଖାଇ ଅବୈଧ ଭାବରେ ଟଙ୍କା ଆଦାୟ କରୁଥିଲେ। ସୁଖଦେବ ବଶିଷ୍ଠଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା। ଅଭିଯୋଗ ଅଛି ଯେ, ଅରୋରା ନିଜର ଦାୟିତ୍ୱ ପାଳନ ପାଇଁ ଲୋକମାନଙ୍କୁ ଟଙ୍କା ଦେବାକୁ ବାଧ୍ୟ କରୁଥିଲେ। ସୁଖଦେବଙ୍କ ଜରିଆରେ ଲୋକଙ୍କୁ ଜାଲି ନୋଟିସ ପଠାଉଥିଲେ। ଆଉ ମାମଲା ରଫାଦଫା କରିବାକୁ ଟଙ୍କା ଅସୁଲିରେ ସୁଖଦେବଙ୍କୁ ଲଗାଇଥିଲେ ବିଧାୟକ ରମନ। ରମନଙ୍କ ଗିରଫର ୧୦ ଦିନ ପୂର୍ବରୁ ପଞ୍ଜାବ ସରକାର ତାଙ୍କ ସୁରକ୍ଷା ବ୍ୟବସ୍ଥା ହଟାଇଦେଇଥିଲେ। ରମନଙ୍କ ସୁରକ୍ଷାରେ ୧୪ ସୁରକ୍ଷାକର୍ମୀ ଲାଗିଥିଲେ। ସରକାରଙ୍କ ପକ୍ଷରୁ ଏହି ନିଷ୍ପତି ପଛରେ ଆଧିକାରିକ କାରଣ ଦିଆଯାଇନାହିଁ, କିନ୍ତୁ ରମନ ଅରୋରା ଏକ RSS ଓ BJP ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ରମନଙ୍କ ଗିରଫଦାରିକୁ ନେଇ ଦଳ କହିଛି, କୌଣସି ବ୍ୟକ୍ତି ଆଇନରୁ ଉର୍ଦ୍ଧ୍ୱେ ନୁହନ୍ତି। ଯିଏ ଭ୍ରଷ୍ଟାଚାର କରିବ, ସେ ବନ୍ଧାହେବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now