କାନ୍ଦାହାର ହାଇଜାକର ମଲା- ୨୫ ବର୍ଷ ପରେ ଭାରତ ନେଲା ପ୍ରତିଶୋଧ

ମାସୁଦ ଆଜାହାରର ଭାଇ ଅବଦ୍ଦୁଲ ରଉଫ ଆଜାହରର ମୃତ୍ୟୁ। ଅପରେସନ ସିନ୍ଦୂରରେ ଅବଦ୍ଦୁଲର ମୃତ୍ୟୁ ହୋଇଛି। ଅବଦ୍ଦୁଲ କାନ୍ଦାହାର ହାଇଜାକର ମାଷ୍ଟରମାଇଣ୍ଡ ଥିଲା। ଏହା ସହ ଭାରତରେ ଅନେକ ଆତଙ୍କି ଆକ୍ରମଣ କରାଇବାରେ ଷଡ଼ଯନ୍ତ୍ରକାରୀ ଥିଲା। ଜୈସ-ଇ-ମହମ୍ମଦର ମୁଖ୍ୟ ମାସୁଦର ଭାଇ ଅବଦ୍ଦୁଲ ୧୯୯୯ରେ କାନ୍ଦାହାରକୁ ଭାରତୀୟ ବିମାନକୁ ହାଇଜାକ୍ କରିନେଇଥିଲା। ଅବଦ୍ଦୁଲକୁ ହିଟ୍ ଲିଷ୍ଟରେ ରଖିଥିଲା ଆମେରିକା। ତେବେ ଅବଦ୍ଦୁଲ ଆତଙ୍କର ଫ୍ୟାକ୍ଟ୍ରି ଥିଲା। କାନ୍ଧାର- ପୁଲଓ୍ୱାମା, ସଂସଦ, ଅଯୋଧ୍ୟା ସବୁଠି ଅବଦ୍ଦୁଲ କରିଥିଲା ଆକ୍ରମଣ। ଆତଙ୍କି ଅବଦ୍ଦୁଲର ଆତଙ୍କି କୁଣ୍ଡଳି ବେଶ୍ ଲମ୍ୱା। ୨୫ ବର୍ଷ ୧୧ ମାସ ୧୬ ଦିନ ପରେ ଭାରତ ନିଜର ସବୁଠୁ ବଡ଼ ଶତୃକୁ ମାରିବାକୁ ସକ୍ଷମ ହୋଇଛି। ଡିସେମ୍ୱର ୨୪, ୧୯୯୯ରେ ହରକତ-ଉଲ- ମୁଜାହିଦ୍ଦିନର ଆତଙ୍କବାଦୀ ମାନେ ଇଣ୍ଡିଆନ ଏୟାରଲାଇନ୍ସର ପ୍ଲାଇଟ୍ ଆଇସି-୮୧୪କୁ ହାଇଜାକ୍ କରିନେଇଥିଲେ। ଏହି ବିମାନରେ ୧୯୦ ଯାତ୍ରୀ ଓ କୃ ମେମ୍ୱର ଥିଲେ। ବିମାନ କାଠମାଣ୍ଡୁରୁ ଦିଲ୍ଲୀ ଯାଉଥିଲା। କିନ୍ତୁ ଏହାକୁ ଅମୃତସର, ଲାହୋର, ଦୁବାଇ ଦେଇ ତାଲିବାନ କବଜାରେ ଥିବା ଆଫଗାନିସ୍ତାନର କାନ୍ଧାରକୁ ନିଆଯାଇଥିଲା। ହାଇଜାକର ଭାରତ ସରକାରଙ୍କ ଉପରେ ଚାପ ପକାଇଥିଲେ ତିନି ଆତଙ୍କବାଦୀ ମୌଲାନା ମସୁଦ ଆଜାହର, ଅମର ଶେଖ ଓ ମୁସ୍ତାକ୍ ଜରଗରଙ୍କୁ ମୁକ୍ତି କରିବାକୁ। ବାଧ୍ୟ ହୋଇ ଏହି ତିନି ଆତଙ୍କବାଦୀଙ୍କୁ ଛାଡ଼ିବାକୁ ପଡ଼ିଥିଲା ଭାରତକୁ। ମାସୁଦ ଆଜାହରର ସାନ ଭାଇ ଅବଦ୍ଦୁଲ ହାଇଜାକ ର ଷଡ଼ଯନ୍ତ୍ରକାରୀ ଥିଲା। ଜୈସ-ଏ-ମହମ୍ମଦର ଡି-ଫ୍ୟାକ୍ଟୋ ଲିଡର ଥିଲା। ସଂଗଠନର ବଡ଼ ବଡ଼ ଅପରେସନକୁ ସାକାର କରିବାରେ ପ୍ରମୁଖ ଭୂମିକା ନେଉଥିଲା ଅବଦ୍ଦୁଲ। ହାଇଜାକ ବେଳେ ଲଜିଷ୍ଟିକ୍ ସପୋର୍ଟ ସହ ସମନ୍ୱୟ ଦାୟିତ୍ୱ ନେଇଥିଲା। କାନ୍ଧାହାର ହାଇଜାକ୍ ପରେ ମୁକ୍ତି ପାଇବା ପରେ ମାସୁଦ୍ ପାକିସ୍ତାନର ବହାବଲପୁରରେ ଜୈସ-ଏ-ମହମ୍ମଦକୁ ମଝଭୁତ କରିଥିଲା। ଏଥିରେ ତାହାର ସାନ ଭାଇ ଅବଦ୍ଦୁଲ ଆର୍ଥିକ ପରିଚାଳନା ଓ ଅପରେସନାଲ କାମକୁ ସମ୍ଭାଳୁଥିଲା। ୧୯୯୯ରେ କାନ୍ଧାର ହାଇଜାକ୍, ୨୦୧୯ରୁ ପୁଲଓ୍ୱାମା ଆଟାକ୍, ୨୦୦୧ରେ ସଂସଦ ଉପରେ ଆକ୍ରମଣ, ୨୦୦୫ରେ ଅଯୋଧ୍ୟା ଆକ୍ରମଣ, ପଠାନକୋଟରେ ଭାରତୀୟ ବାୟୁସେନା ଆଡ୍ଡା ଉପରେ ଆତଙ୍କି ଆକ୍ରମଣ। ସବୁଠି ଛାପ ଥିଲା ଅବଦ୍ଦୁଲର। ଆମେରିକା ବି ଅବଦ୍ଦୁଲ ଆଜାହାରକୁ ବୈଶିକ ଆତଙ୍କବାଦୀ ଘୋଷଣା କରିଥିଲା। ଅବଦ୍ଦୁଲର ଷଡ଼ଯନ୍ତ୍ରରୁ ଭାରତ-ପାକିସ୍ତାନ ଭିତରେ ଦୁଇ ଥର ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ରଉଫ ବିରୁଦ୍ଧରେ ଇଣ୍ଟରପୋଲ୍ ରେଡ କର୍ଣ୍ଣର ନୋଟିସ୍ ଜାରି କରିଥିଲା। ରଉଫ ଆଜାହର ବହାବଲପୁରରେ ମରକଜ ଶୁଭାନ ଅଲ୍ଲାହ କ୍ୟାମ୍ପରେ ଆତଙ୍କବାଦୀଙ୍କ ଗତିବିଧି ବୃଦ୍ଧି ଲାଗି ଟ୍ରେନିଂ ଦେଉଥିଲା। ୧୫ ଏକର ଜମିରେ ଥିବା ଏହି କ୍ୟାମ୍ପରେ ଭାରତ ବିରୋଧୀ ଷଡ଼ଯନ୍ତ୍ର ହେଉଥିଲା। ଯାହାକୁ ଅପରେସନ ସିନ୍ଦୂର ବେଳେ ଧ୍ୱସ୍ତ କରିଦେଇଛି ଭାରତ। ଆଜାହାରଙ୍କ ମୃତ୍ୟୁ ନେଇ ଏନଏସଏ ଅଜିତ ଡୋଭାଲଙ୍କ ନାଁ ପୁଣି ଚର୍ଚ୍ଚାର ଘେରରେ। କାରଣ ୧୯୯୯ରେ କାନ୍ଧାର ପ୍ଲେନ୍ ହାଇଜାକ୍ ବେଳେ ଅପରେସନ ବ୍ଲାକ୍ ଥଣ୍ଡରରେ ଅଜିତ ଡୋଭାଲ ଆତଙ୍କବାଦୀଙ୍କ ସହ କଥାବାର୍ତ୍ତାର ମୁଖ୍ୟ ଅଧିକାରୀ ଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *