ମହାରାଷ୍ଟ୍ରର ମନ୍ତ୍ରୀ ଛଗନ ଭୁଜବଳଙ୍କୁ ଧମକ ଦେଇଥିବା ଅଭିଯୁକ୍ତ ଗିରଫ

Spread the love

ମୁମ୍ବାଇ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ରାକାମ୍ପା)ର ଅଜିତ ପାୱାର ଗୋଷ୍ଠୀର ନେତା ଏବଂ ମହାରାଷ୍ଟ୍ରର ମନ୍ତ୍ରୀ ଛଗନ ଭୁଜବଳଙ୍କୁ ଫୋନ୍‌ରେ ଜୀବନରୁ ମାରିଦେବାର ଧମକ ଦେଇଥିବା ଅଭିଯୁକ୍ତ ଗିରଫ କରା ଯାଇଛି । ସେ  କୋହ୍ଲାପୁର ନିବାସୀ ପ୍ରଶାନ୍ତ ପାଟିଲ ବୋଲି ଜଣା ପଡିଛି । ଧମକ  ଆସିବା ପରେ ଛଗନ ଭୁଜବଳର ସୁରକ୍ଷା ବଢ଼ାଇ ଦିଆଯାଇଛି ।

ମନ୍ତ୍ରୀ ଭୁଜବଳ ମଙ୍ଗଳବାର ଦିନ ସାମ୍ବାଦିକଙ୍କ କହିଛନ୍ତି ଯେ ତାଙ୍କ କାର୍ଯ୍ୟାଳୟରେ ଅଜ୍ଞାତ ବ୍ୟକ୍ତି ଫୋନ୍‌ରେ ଜୀବନରୁ ମାରିବାର ଧମକି ଦେଇଥିଲା । ଏହାର ଅଭିଯୋଗ କାର୍ଯ୍ୟାଳୟ ପକ୍ଷରୁ ପୋଲିସ୍‌କୁ ଦିଆଯାଇଥିଲା । ଏହି ଆଧାରରେ ପୋଲିସ୍ ଅଭିଯୁକ୍ତୁକୁ ଗିରଫ କରିଛି । ଭୁଜବଳ କହିଛନ୍ତି ଯେ ତାଙ୍କୁ କୌଣସି ପ୍ରକାର ଶରଦ ପାୱାର ଅଥବା ତାଙ୍କ ପରିବାର ପକ୍ଷରୁ ଧମକ ଦିଆଯାଇ ପାରିବ ନାହିଁ । ସେ ଶରଦ ପାୱାର ଏବଂ ତାଙ୍କ ପରିବାରକୁ ଜାଣନ୍ତି, ସେମାନେ ଏପରି କାମ କରିପାରିବେ ନାହିଁ । ଖୁବ୍‌ଶୀଘ୍ର ଏହାର ଖୁଲାସା ହୋଇଯିବ ।

ଏକ ସୂଚନା ଅନୁଯାୟୀ ଭୁଜବଳଙ୍କ କାର୍ଯ୍ୟାଳୟରେ ସୋମବାର ଦିନ ଧମକିଭରା ଫୋନ୍ ଆସିଥିଲା, ଏହି ଆଧାରରେ ପୋଲିସ୍ ଅଭିଯୁକ୍ତ ପ୍ରଶାନ୍ତ ପାଟିଲ୍‌କୁ ଗିରଫ କରିଥିଲା ।

Leave a Reply

Your email address will not be published. Required fields are marked *