ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପାଇଥିଲେ ମୃତ୍ୟୁଦଣ୍ଡ- ଖଲାସ କଲେ ହାଇକୋର୍ଟ

ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତ୍ୟୁୁଦଣ୍ଡ ପାଇଥିବା ଦୁଇ ଜଣଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି ପଞ୍ଜାବ ଓ ହରିଆଣା ହାଇକୋର୍ଟ। ଜଣେ ୧୯ ବର୍ଷର ଯୁବତୀକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୨୦୨୨ରେ ଟ୍ରାଏଲ କୋର୍ଟ ଦେଇଥିଲେ ମୃତ୍ୟୁ ଦଣ୍ଡ। ହାଇକୋର୍ଟର ଜଷ୍ଟିସ ଗୁରବିନ୍ଦର ସିଂ ଗିଲ୍ ଓ ଜଷ୍ଟିସ ଜସଜିତ ସିଂ ବେଦୀଙ୍କ ଖଣ୍ଡପୀଠ କହିଛନ୍ତି, ଅଭିଯୁକ୍ତ ଏଭଳି ଅପରାଧ କରିଥିବା ନେଇ କିଛି ସନ୍ଦେହ ରହୁଛି। ଏମିତିରେ ପାରିପାର୍ଶ୍ୱିକ ପ୍ରମାଣ ବି ସେତିକି ମଝବୁତ ନୁହେଁ। ଯାହା ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ପର୍ଯ୍ୟାପ୍ତ ଅଟେ। ଜଷ୍ଟିସ ବେଦୀ କହିଛନ୍ତି, ଏଭଳି ଗର୍ହିତ ଅପରାଧ ପ୍ରତି ଅଦାଲତ ବେଶ୍ ସଚେତନ। କିନ୍ତୁ ଏଭିଡେନ୍ସ ରେକର୍ଡରୁ ପୀଡ଼ିତାଙ୍କୁ ଅପହରଣ କରିବା, ତାଙ୍କୁ ଅଚେତ କଲା ପରେ ଗଣଦୁଷ୍କର୍ମ କରି ନିଜେ ହତ୍ୟା କଲା ଭଳି କୌଣସି ପ୍ରମାଣ ମିଳୁନି। ୧୯ ବର୍ଷର ଯୁବତୀ ଗୋଟିଏ ଫ୍ୟାକ୍ଚ୍ରିରେ କାମ କରୁଥିଲେ। ସେ ଫ୍ୟାକଟ୍ରିରେ ଅଭିଯୁକ୍ତ ସୁମିତ ଦ୍ୱାରା ଅନେକ ଥର ହାରାସ ହେଉଥିଲେ। ମେ ୧୧, ୨୦୧୭ରେ ସେ ନିଖୋଜ ହୋଇଯାଇଥିଲେ। ଏହା ପର ଦିନ ତାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ତଦନ୍ତରେ ଜଣାପଡ଼ିଥିଲା, ଅଭିଯୁକ୍ତ ବିକାଶ ଓ ସୁମିତ ଗଣଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିଥିଲେ। ଟ୍ରାଏଲ କୋର୍ଟ ଉଭୟଙ୍କୁ ଦୁଷ୍କର୍ମ ଓ ହତ୍ୟା ଷଡ଼ଯନ୍ତ୍ରକାରୀ ଭାବେ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ। ଟ୍ରାଏଲ କୋର୍ଟ ଆଇପିସିର ୩୭୬-ଡି ଧାରାରେ ଆଜୀବନ କାରାଦଣ୍ଡ ଓ ଆଇପିସିର ଧାରା ୩୦୨ରେ ମୃତ୍ୟୁ ଦଣ୍ଡ ଦେଇଥିଲେ। ଆଉ ହାଇକୋର୍ଟ ପୁରା ଘଟଣାକୁ ବିଶ୍ଳେଷଣ କରି ପାଇଥିଲେ ଯେ, ଏହି ମାମଲା ପାରିପାର୍ଶ୍ୱିକ ପ୍ରମାଣ ଭିତ୍ତିରେ ହୋଇଛି। ତଦନ୍ତକାରୀ ଏଜେନ୍ସି ଯଦିଓ ସିସିଟିଭି ଫୁଟେଜ୍ ଦାଖଲ କରିଥିଲା। ସୋନିପାଟରୁ ରୋହତକ ଯାଏ। କିନ୍ତୁ କାରରେ ନା ଅଭିଯୁକ୍ତ ନା ପୀଡ଼ିତା ଦେଖାଯାଉଥିଲେ। ଏପରିକି ଗାଡ଼ିର ରେଜିଷ୍ଟ୍ରେସନ ନମ୍ୱର ବି ଦେଖାଯାଉନଥିଲା। ସେଥିଲାଗି ପୀଡ଼ିତା ଶେଷ ସମୟରେ ଅଭିଯୁକ୍ତ ସହ ଥିଲେ ବୋଲି କୌଣସି ପ୍ରମାଣ ନାହିଁ ବୋଲି କହିଛନ୍ତି ହାଇକୋର୍ଟ। ଅଭିଯୁକ୍ତର ଉଦେଶ୍ୟ ଏହା ଥିଲା। ତାକୁ ସନ୍ଦେହ ପରିସରଭୁକ୍ତ କରାଯାଇପାରେ। କିନ୍ତୁ ବିନା ଠୋସ୍ ପ୍ରମାଣରେ କାହାକୁ ଦୋଷୀ ସଜାଇବା ଯଥାର୍ଥ ନୁହେଁ। ସିଡିଆରରେ ଦର୍ଶାଯାଇଥିଲା ଯେ, ଏପ୍ରିଲ ୧୦ରେ ସୁମିତ ୫୫୫ ଥର ଓ ମେ ୮ରେ ୫୬ ଥର କଲ୍‌ କରିଥିଲା ପୀଡ଼ିତାଙ୍କୁ। ଅଭିଯୁକ୍ତ ପୋଷାକରେ ଲାଗିଥିବା ରକ୍ତ ପୀଡ଼ିତା ରକ୍ତ ସହ ମେଳ ଖାଉଥିବାର ଅର୍ଥ ବି ନୁହେଁ ଯେ, ମର୍ଡର ଅଭିଯୁକ୍ତ ହିଁ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *