ଅଭିନେତ୍ରୀ ତଥା ନୃତ୍ୟ ନିର୍ଦ୍ଦେଶିକାଙ୍କ ହତ୍ୟା ନେଇ ହଇଚଇ ସୃଷ୍ଟି ହୋଇଛି । ସେ ଖୁବ ସୁନ୍ଦର ଓ ଜଣେ ସଫଳ ଅଭିନେତ୍ରୀ ସହ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପ୍ରସିଦ୍ଧ ନୃତ୍ୟ ନିର୍ଦ୍ଦେଶିକା ଭାବେ କାମ କରୁଥିଲେ । ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ପ୍ରଶଂସକ ଙ୍କ ସଂଖ୍ୟା ବଢିବାରେ ଲାଗିଥିଲା । ଅଚାନତକ ବନ୍ଦ ଘରୁ ତାଙ୍କ ମୃତଦେହ ଠାବ ହୋଇଛି ।
ସୂଚନାଯୋଗ୍ୟ, ଅଭିନେତ୍ରୀକୁ ଏକ ଚୌକୀରେ ବାନ୍ଧି ଅତ୍ୟାଚାର କରିବା ସହ ନିର୍ମମ ଭାବେ ହତ୍ୟା କରାଯାଇଛି । ଏ ଘଟଣା ଘଟିଛି ନୃତ୍ୟ ନିର୍ଦ୍ଦେଶିକା ନଭ୍ୟାଶ୍ରୀଙ୍କ ସହ । ତାଙ୍କୁ କର୍ଣ୍ଣାଟକ ର ବେଙ୍ଗାଲୁରୁ ଠାରେ ନିର୍ମମ ହତ୍ୟା କରାଯାଇଛି । ଏହି ଘଟଣାରେ ତାଙ୍କ ସ୍ବାମୀ ୨୫ ବର୍ଷୀୟ କରିଣଙ୍କ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି । ଘଟଣା ଘଟିଛି କେଙ୍ଗିର ବିଶ୍ବଭରାୟ ଅଞ୍ଚଳରେ । ପାରିବାରିକ ଜୀବନରେ ସନ୍ଦେହ ଯୋଗୁଁ ଏଭଳି କାଣ୍ଡ ଭିଆଇ ଥିବା ଡିସିପି କହିଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now