ଆଫଗାନ-ପାକିସ୍ତାନ ସେନା ସଂଘର୍ଷ, ୨୨ ମୃତ…

ଆଫଗାନ-ପାକିସ୍ତାନ ସେନା ମଧ୍ୟରେ ସଂଘର୍ଷ । ସୀମା ପାର ହେବା ସ୍ଥାନରେ ଆଫଗାନିସ୍ତାନ ଓ ପାକିସ୍ତାନ ସୀମା ସେନା ମଧ୍ୟରେ ପ୍ରବଳ ସଂଘର୍ଷ ଘଟିଛି । ଘଟଣାରେ ୧୯ ଜଣ ପାକିସ୍ତାନୀ ସୈନିକ ଏବଂ ୩ ଜଣ ଆଫଗାନିସ୍ତାନ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନ ସୀମାରେ ଥିବା ପୂର୍ବ ଆଫଗାନିସ୍ତାନର ଖୋଷ୍ଟ ଓ ପକ୍ତିକା ପ୍ରଦେଶରେ ଭୟଙ୍କର ସଂଘର୍ଷ ଜାରି ରହିଛି। ଆଫଗାନିସ୍ତାନ ସୀମା ବାହିନୀ ଖୋଷ୍ଟ ପ୍ରଦେଶର ଅଲି ଶିର ଜିଲ୍ଲାରେ ଥିବା ଅନେକ ପାକିସ୍ତାନୀ ସାମରିକ ପୋଷ୍ଟରେ ନିଆଁ ଲଗାଇ ଦେଇଛନ୍ତି। ଦାଣ୍ଡ-ଏ-ପାଟଣ ଜିଲ୍ଲାରେ ପାକିସ୍ତାନୀ ସୈନିକଙ୍କ ଗୁଳିମାଡ଼ରେ ୩ ଜଣ ଆଫଗାନିସ୍ତାନ ନାଗରିକ ପ୍ରାଣ ହରାଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *