ଲକ୍ଷ୍ନୌର ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ କାର୍ଗୋ ସ୍କାନିଂ ବେଳେ ଏକ ଡବା ଭିତରୁ ନବଜାତ ଶିଶୁର ମୃତଦେହ ମିଳିଛି ।ଲକ୍ଷ୍ନୌରୁ ମୁମ୍ବାଇ ଠିକଣାରେ ଏହି ପାର୍ସଲ ବୁକ ଥିବା ନେଇ କୁହାଯାଉଛି । ପାର୍ସଲରେ ମୃତ ନବଜାତ ମୃତଦେହ ଦେଖି କାର୍ଗୋ କର୍ମଚାରୀମାନେ ଚକିତ ହୋଇପଡିଥିଲେ । ଏହି କୋରିୟର କରାଇବାକୁ ଆସିଥିବା ଏଜେଣ୍ଟକୁ ଗିରଫ କରାଯାଇଛି ।। ପାର୍ସଲରେ ମୃତ ନବଜାତକକୁ ଦେଖି କାର୍ଗୋ କର୍ମଚାରୀମାନେ ଚକିତ ହୋଇପଡ଼ିଥିଲେ ।ଏହି ଘଟଣାରେ କୋରିୟର କରାଇବାକୁ ଆସିଥିବା ଏଜେଣ୍ଟଙ୍କୁ ତୁରନ୍ତ ଗିରଫ କରାଯାଇଛି । ସିଆଇଏସଏଫକୁ ହସ୍ତାନ୍ତର ପରେ ଏଜେଣ୍ଟଙ୍କୁ ପଚରାଉଚରା କରାଯାଉଛି । ତଦନ୍ତରୁ ଜଣାପଡିଛି ଯେ ଲକ୍ଷ୍ନୌର ଜଣେ ଦମ୍ପତି ଆଇଭିଏଫ୍ କରାଇଥିଲେ । ମୃତ ନବଜାତକକୁ ପରୀକ୍ଷା ପାଇଁ ମୁମ୍ବାଇ ପଠାଯାଉଥିଲା । କୋରିୟର କମ୍ପାନୀ ଏହାକୁ ସଡ଼କ ମାର୍ଗ ଦେଇ ପଠାଇବାର ଥିଲା । କିନ୍ତୁ ଭୁଲ୍ ବଶତଃ କାର୍ଗୋରେ ପଠାଯାଇଥିଲା ।
ଏହି ମାମଲାରେ ସେଣ୍ଟ୍ରାଲ୍ ଡିସିପି ରଭିନା ତ୍ୟାଗି କହିଛନ୍ତି, ଲକ୍ଷ୍ନୌ ବିମାନବନ୍ଦରର କାର୍ଗୋ କମ୍ପ୍ଲେକ୍ସରେ ମୃତ ନବଜାତକ ମିଳିଛି । ଏ ନେଇ କୋରିୟର କରାଇବାକୁ ଆସିଥିବା ଏଜେଣ୍ଟଙ୍କୁ ପଚରାଉଚରା କରାଯାଉଛି । ନବଜାତକର ମୃତଦେହକୁ ପରୀକ୍ଷା ପାଇଁ ମୁମ୍ବାଇ ପଠାଯାଉଥିବା କଥା ସାମ୍ନାକୁ ଆସିଛି । କିନ୍ତୁ ବିମାନରେ ଯିବା ପାଇଁ ଏଜେଣ୍ଟ କୌଣସି ଡକ୍ୟୁମେଣ୍ଟ ଦେଖାଇବାକୁ ସକ୍ଷମ ହୋଇନାହାନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now