ଟଙ୍କା ଠକେଇ ନେଇ ଅଭିଯୋଗ

Spread the love

ଜୟପୁର : ଟଙ୍କା ଠକେଇ ହୋଇଥିବା ନେଇ ଜୟପୁର ଟାଉନ ଥାନାରେ ଅଭିଯୋଗ ହୋଇଛି । ଜୟପୁର ପ୍ରସାଦ ରାଓ ପେଟାର ପ୍ରଥମ ଲାଇନର ଭି ନାଗେଶ୍ୱର ରାଓ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ଗତ ସୋମବାର ୧୯|୬|୨୩ ତାରିଖରେ ଜୟପୁର ମିଲ ସାହିର ପି ହେମନ୍ତ କୁମାର ମହେନ୍ଦ୍ରା ପିକଅପ ଗାଡିର ଇନସ୍ୟୁରାନସ ସରିଯାଇଛି କହି କରିବା ପାଇଁ କହିଥିଲା । ଇନସ୍ୟୁରାନ୍ସ ୨୫ ହଜାର ଟଙ୍କା ନେଇଥିଲା । ୨ ଘଣ୍ଟା ପରେ କ୍ରେଡିଟ କାର୍ଡରେ ଲାଭ ଅଛି କହି ମାଗିଥିଲା । ପରେ ନାଗେଶ୍ୱର କ୍ରେଡିଟ କାର୍ଡ ଓ ମୋବାଇଲ ଦେଇଥିଲା । ଫଳରେ ଫୋନରେ କ୍ରେଡିଟକାର୍ଡର ଓଟିପି ସେଣ୍ଡ କରି କାର୍ଡରୁ ୭୯ ହଜାର ୬୦୮ ଟଙ୍କା ନେଇ ଯାଇଛି । ପଚାରିବାରୁ ସରଭର ଡାଉନ ଅଛି ଟଙ୍କା କଟିଯାଇଛି ପରେ ଦେଇଦେବି । ୨ଦିନ ହେବ ଇନସ୍ୟୁରାନ୍ସ ହୋଇ ନାହିଁ କି ଟଙ୍କା ବି ଫେରାଇଲା ନାହିଁ । ଫୋନ ମଧ୍ୟ ରିସିଭ ନହେବାରୁ ଟାଉନ ଥାନାରେ ୧ ଲକ୍ଷ ୪ ହଜାର ୬୪୮ ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *