କୃଷ୍ଣପୁରରେ ଯୁବକଙ୍କୁ ହତ୍ୟା ଅଭିଯୋଗ

Spread the love

ଚମ୍ପୁଆ : ଚମ୍ପୁଆ ଥାନା କାଳିକାପ୍ରସାଦ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁର ଗ୍ରାମରେ ପ୍ରେମ ବିବାହ କରି ସ୍ତ୍ରୀ ଘରେ ରହି ଆସୁଥିବା ଯୁବକର ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି। ମୁଣ୍ଡରେ କ୍ଷତ ଥିବାରୁ ତାକୁ ହତ୍ୟା କରାଯାଇଥିବା ମୃତକ ଯୁବକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଚମ୍ପୁଆ ବ୍ଲକ ସାନନଇ ଗ୍ରାମର ଦେବବ୍ରତ ପ୍ରଧାନ କାଳିକା ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁର ଗ୍ରାମର ଝରଣା ମୁଣ୍ଡାଙ୍କ ସହ ପ୍ରେମ ବିବାହ ପରେ ଦୀର୍ଘ ଛଅ ବର୍ଷ ହେବ ସ୍ୱାମୀ ସ୍ତ୍ରୀ ଭାବରେ ଝରଣାଙ୍କ ଘରେ ରହିଆସୁଥିଲେ। ଆଜି ସକାଳୁ ଦେବବ୍ରତଙ୍କ ପରିବାରକୁ ଦେବବ୍ରତ ମରିଯାଇଥିବା ସୂଚନା ଦେଇଥିଲେ ଝରଣା। ଖବର ପାଇ ଦେବବ୍ରତଙ୍କ ଘର ଲୋକ କୃଷ୍ଣପୁର ଗ୍ରାମରେ ପହଞ୍ଚି ଦେବବ୍ରତ ଘର ଭିତରେ ମରିପଡିଥିବା ଦେଖିବାକୁ ପାଇଥିଲେ । ଦେବବ୍ରତର ମୁଣ୍ଡରେ କ୍ଷତ ଚିହ୍ନଥିବା ଯୋଗୁ ତାକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଝରଣାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *