ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟା ଚାଲିଥିଲା। ଏତିକିବେଳେ ଜଣେ ମହିଳା ଆଶାୟୀ ଶାରୀରିକ ପରୀକ୍ଷା ଦେଲା ବେଳେ ଅଚେତ ହୋଇପଡ଼ିଥିଲେ। ବିହାରର ବୋଧଗୟାରେ ନିଯୁକ୍ତି ଡ୍ରାଇଭରେ ଦୌଡ଼ୁଥିଲା ବେଳେ ବେହୋସ ହୋଇ ପଡ଼ିବା ପରେ ତୁରନ୍ତ ତାଙ୍କୁ ସରକାରୀ ଆମ୍ୱୁଲାନ୍ସରେ ହସ୍ପିଟାଲ ପଠାଯାଇଥିଲା। କିନ୍ତୁ ବାଟରେ ହିଁ ଆମ୍ୱୁଲାନ୍ସ ଡ୍ରାଇଭର ଓ ଟେକ୍ନିସିଆନ୍ ତାଙ୍କ ସହ ଦୁଷ୍କର୍ମ କଲେ। ଜୁଲାଇ ୨୪ର ଘଟଣା। ଏଭଳି ଅଭିଯୋଗ ପରେ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇଥିଲା। ଆଉ ଦୁଷ୍କର୍ମ ହୋଇଥିବା ଡାକ୍ତର ବି ପୁଷ୍ଟି କରିଛନ୍ତି। ଦୁଇ ଅଭିଯୁକ୍ତଙ୍କୁ ପଚରାଉଚୁରା ପରେ ସେମାନଙ୍କ କଥା ସନ୍ତୋଷଜନକ ନଥିଲା। ଆଉ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।

Naxatra News is now on Whatsapp
Join and get latest news update delivered to you via whatsapp
Join Now