ଏପଷ୍ଟିନ ମାମଲାରେ ଫସିଲେ ବ୍ରିଟେନର ପୂର୍ବତନ ଯୁବରାଜ- ଜନ୍ମଦିନରେ ବାନ୍ଧିଲା ପୁଲିସ

ଏପଷ୍ଟିନ୍ ଫାଇଲ୍ସ ମାମଲାରେ ବଡ଼ କାର୍ଯାନୁଷ୍ଠାନ। ବ୍ରିଟେନର ପୂର୍ବତନ ଯୁବରାଜ ଆଣ୍ଡ୍ର୍ୟୁ ମାଉଣ୍ଟବେଟେନ-ଓ୍ୱିଣ୍ଡସର ହେଲେ ଗିରଫ।  ସେ କିଙ୍ଗ୍ ଚାର୍ଲସଙ୍କ ସାନ ଭାଇ ଅଟନ୍ତି। ତାଙ୍କୁ ୟୁକେ ପୁଲିସ ଗିରଫ କରିଛି। ପବ୍ଲିକ ଅଫିସର ଅପବ୍ୟବହାର ସନ୍ଦେହରେ ଏହି ଆକ୍ସନ ହୋଇଛି। ୨୦୧୦ରେ ଯୌନ ଅପରାଧୀ ଜେଫରି ଏପଷ୍ଟିନଙ୍କୁ ଟ୍ରେଡ୍ ରିପୋର୍ଟ ପଠାଇଥିଲେ ଆଣ୍ଡ୍ର୍ୟୁ। ବାଣିଜ୍ୟ ଚୁକ୍ତି ସମ୍ପର୍କିତ ଗୁପ୍ତ ତଥ୍ୟ ଦେଉଥିଲେ। ବଡ଼ କଥା ହେଲା ନିଜ ଜନ୍ମଦିନରେ ବନ୍ଧା ହୋଇଛନ୍ତି ଆଣ୍ଡ୍ର୍ୟୁ। ଆଜି ତାଙ୍କର ୬୬ତମ ଜନ୍ମଦିନ। ଏପଷ୍ଟିନ ଫାଇଲ୍ସ ରିଲିଜ ପରେ ଆଣ୍ଡ୍ର୍ୟୁ ଓ ଏପଷ୍ଟିନଙ୍କ ସହ ସମ୍ପର୍କରୁ ଚାପ ଥିଲା। ଆମେରିକା ସରକାରଙ୍କ ଦ୍ୱାରା ଜାରି ୩ ମିଲିୟନରୁ ଅଧିକ ଫାଇଲରେ ଆଣ୍ଡ୍ର୍ୟୁଙ୍କ ଅନେକ ଇମେଲ୍, ଫଟୋ ଓ ଭିଡ଼ିଓ ସାମ୍ନାକୁ ଆସିଥିଲା। ଏପଷ୍ଟିନଙ୍କ ସହ ସମ୍ପର୍କ ପଦାରେ ପଡ଼ିବା ପରେ ଆଣ୍ଡ୍ର୍ୟୁଙ୍କୁ ଯୁବରାଜ ଦାୟିତ୍ୱରୁ ହଟାଇ ଦେଇଥିଲେ କିଙ୍ଗ୍ ତୃତୀୟ ଚାର୍ଲସ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *