ଶିଳ୍ପପତି ଅନୀଲ ଅମ୍ୱାନୀଙ୍କ ଘରେ ସିବିଆଇ ରେଡ୍। ୧୭ହଜାର କୋଟି ଟଙ୍କାର ବ୍ୟାଙ୍କ ଘୋଟାଲା ସହ ଜଡ଼ିତ ମାମଲାରେ ସିବିଆଇ ଆଜି ରେଡ୍ କରିଛି। ଅମ୍ୱାନୀଙ୍କ କମ୍ପାନୀ ଓ ବିଭିନ୍ନ ଠିକଣାରେ ସକାଳ ୭ଟାରୁ ଏହି ରେଡ୍ ହୋଇଛି। ପୂର୍ବରୁ ଇଡି ବି ଅନୀଲ ଅମ୍ୱାନୀଙ୍କୁ ଏ ମାମଲାରେ ସମନ କରି ଘଣ୍ଟା ଘଣ୍ଟା ଧରି ଜେରା କରିଥିଲା। ଜୁଲାଇ ୨୪ରେ ମନି ଲଣ୍ଡରିଂ ମାମଲାରେ ଇଡି ରେଡ୍ କରିଥିଲା। ଇଡିର ଆକ୍ସନ ସେତେବେଳେ ହୋଇଥିଲା। ଯେତେବେଳେ ଏସବିଆଇ ଅନୀଲ ଅମ୍ୱାନୀଙ୍କ ଏକ କମ୍ପାନୀକୁ ଲୋନ୍ ଆକାଉଣ୍ଟରେ ଫ୍ରଡ୍ ଘୋଷିତ କରିଥିଲା। ଏହା ସହ ସେବି ବା ମାର୍କେଟ ରୋଗୁଲୋଟରି ଅଥୋରିଟି ବି ଆଦେଶ ଜାରି କରିଥିଲେ। ଋଣ ପାଣ୍ଠିର ଅନିୟମିତତା ଓ ଦୁରୁପଯୋଗର ଖୁଲାସା କରିଥିଲା ସେବି। ଏସବିଆଇରୁ ୨ ହଜାର କୋଟି ଟଙ୍କା ଋଣ ନେଇଥିଲେ ଅମ୍ୱାନୀ। ଅମ୍ୱାନୀଙ୍କ ବିରୁଦ୍ଧରେ ଏସବିଆଇ ଅଭିଯୋଗ କରିଥିଲା। ଜୁନ୍ ୧୩ରେ ଧୋକାଦାରି ମାମଲା ରୁଜୁ ହୋଇଥିଲା। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଗଲା ମାସରେ ଲୋକସଭାରେ ଲିଖିତ ଉତ୍ତରରେ କହିଥିଲେ, ଜୁନ୍ ୨୪ରେ ଆରବିଆଇକୁ ବ୍ୟାଙ୍କ ଏଭଳି ଠକେଇ ବାବଦରେ ଅବଗତ କରାଇଥିଲା। ଏହାକୁ ଠକାମୀ, ଜାଲିଆତିରେ ବର୍ଗୀକରଣ କରାଯାଇଛି। ଏବେ ସିବିଆଇରେ ଅଭିଯୋଗ ପଞ୍ଜୀକରଣର ପ୍ରକ୍ରିୟା ଚାଲିଛି। ଏହି ମାମଲାରେ ପୁରା ଛାନଭିନ୍ ହେବ। ରିଲିଆନ୍ସ କମ୍ୟୁନିକେସନ ବା ଆରଫାର୍ମ କର୍ପୋରେଟ ଦେବାଳିଆ ସମାଧାନ ପ୍ରକ୍ରିୟାରେ ଚାଲିଛି। କମ୍ପାନୀକୁ ଦେବାଳିଆ ଘୋଷଣା କରିବାକୁ ଏନସିଏଲଟିରେ ମାର୍ଚ୍ଚ ୬, ୨୦୨୦ରେ ଦାଏର କରାଯାଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now