ଅପରେସନ ଘୋଷ୍ଟ ସିମ୍- ୭ ଜଣଙ୍କୁ ଗିରଫ କଲା ଆସାମ ପୁଲିସ

ଆସାମ ପୁଲିସ ୭ ଜଣଙ୍କୁ ଗିରଫ କରିଛି। ଯେଉଁମାନେ ପାକିସ୍ତାନ ଲୋକଙ୍କୁ ଓ୍ୱାଟସଅପ ନମ୍ୱର ଜରିଆରେ ସାହାଯ୍ୟ କରୁଥିଲେ। ଭାରତୀୟ ନମ୍ୱରର ଓଟିପି ବ୍ୟବହାର କରୁଥିଲେ। କେବଳ ସାଇବର ଅପରାଧରେ ଲିପ୍ତ ନଥିଲେ, ବରଂ ରାଷ୍ଟ୍ର ବିରୋଧୀ କାମରେ ସଂପୃକ୍ତ ଥିଲେ। ଆସାମ ଡିଜିପି ହରମିତ ସିଂ କହିଛନ୍ତି, ଗଜରାଜ ମିଲିଟାରୀ ଇଣ୍ଟେଲିଜେନ୍ସ ପକ୍ଷରୁ ସୂଚନା ଭିତ୍ତିରେ ତଦନ୍ତ ଆରମ୍ଭ ହୋଇଥିଲା। ଅନେକ ଲୋକ ପାକିସ୍ତାନ ଲୋକଙ୍କୁ ଭାରତୀୟ ଓ୍ୱାଟସଅପ ନମ୍ୱରରୁ ଓଟିପି ପଠାଉଥିଲେ। ଏହାକୁ ନେଇ ଟେକ୍ନିକାଲ ଗତିବିଧିକୁ ପରଖାଯାଇଥିଲା। ଶେଷରେ ୧୪ ତାରିଖରେ ଏସଟିଏଫ ମାମଲା ରୁଜୁ କରି ଅପରେସନ ଘୋଷ୍ଟ ସିମ୍ ନାଁରେ ଆରମ୍ଭ କରିଥିଲା ଅଭିଯାନ। ଅପରେସନ ଅଭିଯାନରେ ହାଇଦ୍ରାବାଦ, ରାଜସ୍ଥାନକୁ ଟିମ୍ ପଠାଯାଇଥିଲା। ଆଉ ୧୬ ତାରିଖ ଅପରାହ୍ନରେ ୭ ଜଣଙ୍କୁ ଗିରଫ କରାଯାଇଥିଲା। ଏମାନଙ୍କ ଭିତରେ ଭରତପୁର ଓ ଅଲଓ୍ୱରରେ କିଛି ଥିଲେ। ତ ଜଣଙ୍କୁ ଗୌହାଟି ବିମାନବନ୍ଦରରୁ ଗିରଫ କରାଯାଇଥିଲା। ଆଉ ସ୍ପଷ୍ଟ ପ୍ରମାଣ ମିଳିଛି ଯେ, ଏମାନେ ସାଇବର ଅପରାଧ ସହ ଦେଶ ବିରୋଧୀ କାମରେ ଲିପ୍ତ ଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *