ଅର୍ଚ୍ଚନା ନାଗ ଏପିସୋଡରେ ଟ୍ୱିଷ୍ଟ- ବବି ବାଇଁଆ ଫସେଇଥିଲେ!

ପୁଣି ଫେରିଲା ଅର୍ଚ୍ଚନା ନାଗ ଏପିସୋଡ୍। ଗିରଫଦାରି ପଛର ଗୁମର ଖୋଲିଛନ୍ତି ପ୍ରେସମିଟରେ ଅର୍ଚ୍ଚନା। ଅର୍ଚ୍ଚନାଙ୍କୁ ଜେଲରେ ପୁରାଇବା ପଛରେ ବିଜେଡିର କିଏ କିଏ ଥିଲେ କାର୍ପଟଦାର, ସେମାନଙ୍କ ନାଁ ସାର୍ବଜନୀନ କରିଛନ୍ତି ଅର୍ଚ୍ଚନା। ପୁରା ଘଟଣାର ମାଷ୍ଟରମାଇଣ୍ଡ ଥିଲେ ବବି, ବାଇଁଆ, ମାନସ ମଙ୍ଗରାଜ। ଏମାନଙ୍କ ସହ ହାତ ମିଳାଇଥିଲେ ପୂର୍ବତନ ଡିସିପି ପ୍ରତୀକ ସିଂ, ଏସିପି ପ୍ରକାଶ ପାଲ, ହିମାଂଶୁ ସ୍ୱାଇଁ, ତତ୍କାଳୀନ ବାଲିଅନ୍ତା ଆଇଆଇସି ଅନୁପ କାନୁନଗୋ। ରାଜନୀତିକ ଷଡ଼ଯନ୍ତ୍ରରେ ସାମିଲ୍ ହୋଇଥିଲେ ବିଜେଡି ନେତା ଓ ହାଇରାଙ୍କର ପୁଲିସ ଅଫିସର। ଜେଲ ପାରେଡ୍ ନାଁରେ ତାଙ୍କ ପାଖକୁ ଯାଉଥିଲେ। ତାଙ୍କୁ ପାଗଳୀ ବୋଲି ସ୍ୱୀକାର କରିବାକୁ ବାଧ୍ୟ କରାଯାଇଥିଲା। ରାଜ୍ୟ ଛାଡ଼ି ଚାଲିଯିବାକୁ ଚାପ ପକାଯାଉଥିଲା। ଜେଲରେ ନିର୍ଯାତନା ଦିଆଯାଉଥିଲା। ବିଷଇଞ୍ଜେକ୍ସନ ଦିଆଯାଉଥିଲା। ଚା ରେ ବିଷ ମିଶାଉଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଭାବେ ଏହାକୁ ଅବଗତ କରାଇଛନ୍ତି ଅର୍ଚ୍ଚନା। ଶ୍ରଦ୍ଧାଞ୍ଜଳି ବେହେରା ବି ଏ କଥା ସ୍ୱୀକାର କରିସାରିଲେଣି। ଶ୍ରଦ୍ଧାଞ୍ଜଳିଙ୍କୁ ଟଙ୍କା ଦେଇ ଅଭିଯୋଗ କରିବାକୁ ବାଧ୍ୟ କରାଯାଇଥିଲା। ପୁରା କଥାର କଲ୍ ରେକର୍ଡିଂ ବି ସାର୍ବଜନୀନ କରିଛନ୍ତି ଅର୍ଚ୍ଚନା। ସେପଟେ ଅର୍ଚ୍ଚନାଙ୍କ ଏହି ଆରୋପକୁ ଖଣ୍ଡନ କରିଛନ୍ତି ଅମରେଶ ଜେନା ଓରଫ ବାଇଁଆ। ଅମରେଶ କହିଛନ୍ତି, ଏହା ତଦନ୍ତ ସାପେକ୍ଷ। ଅର୍ଚ୍ଚନାଙ୍କ ଅଭିଯୋଗ ଭିତ୍ତିହୀନ। ତାଙ୍କର ଏ ଘଟଣାରେ ସଂପୃକ୍ତି ନାହିଁ। ଅର୍ଚ୍ଚନାଙ୍କୁ ଜାଣିନାହାନ୍ତି ବୋଲି କହିଛନ୍ତି ମାନସ ମଙ୍ଗରାଜ। ଚକ୍ରାନ୍ତ କରି ଅର୍ଚ୍ଚନାଙ୍କ ମୁହଁରେ ତାଙ୍କ ନାଁ କୁହାଯାଉଛି ବୋଲି କହିଛନ୍ତି ମାନସ ମଙ୍ଗରାଜ। ଅର୍ଚ୍ଚନା ନାଗଙ୍କୁ ହାଇ ପ୍ରୋଫାଇଲ ସେକ୍ସଟୋରସନ କେସରେ ଇଡି ଗିରଫ କରିଥିଲା। ହନିଟ୍ରାପ୍ ମାମଲାରେ ତଥାକଥିତ ବ୍ଲାକମେଲର ଓ ମାଷ୍ଟରମାଇଣ୍ଡ୍ ଥିଲେ ଅର୍ଚ୍ଚନା। ଇଡି ଅର୍ଚ୍ଚନାଙ୍କ ଭୁବନେଶ୍ୱରରେ ଥିବା ୩.୬୪ କୋଟି ଟଙ୍କାର ବଙ୍ଗଳା ଜବତ କରିଥିଲା। ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ, ତାଙ୍କର କଥିତ ସହଯୋଗୀ ଖଗେଶ୍ୱର ପାତ୍ର ଓ ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ବିରୁଦ୍ଧରେ ଓଡ଼ିଶା ପୁଲିସ ଏତଲା କରିଥିଲା। ଏତଲା ଅନୁସାରେ ଏମାନେ ଧନୀ ଲୋକଙ୍କୁ ଫସାଇ ଚୁପଚାପ ସେମାନଙ୍କ ଆପତ୍ତିଜନକ ଭିଡ଼ିଓ କରୁଥିଲେ। ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡ଼ିଓ ଭାଇରାଲ କରି ଧମକ ଦେଇ କୋଟି କୋଟି ଟଙ୍କାର ସମ୍ପତ୍ତି ଅର୍ଜିଥିଲେ। ଏହି ମାମଲାରେ ପୂର୍ବରୁ ୫୬.୫ ଲକ୍ଷ ଟଙ୍କାର ଲଗଜରି କାର୍‌ ବି ଜବତ କରିଥିଲା ଇଡି। ୧୪ ମାସ ଧରି ଜେଲରେ ଥିଲେ ଅର୍ଚ୍ଚନା। ପରେ ଜାମିନ୍ ପାଇ ମୁକୁଳିଥିଲେ ଅର୍ଚ୍ଚନା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *