ଗଞ୍ଜେଇ ଚାଲାଣରେ ଲିପ୍ତ ତିନି IRB ଯବାନ ଗିରଫ

ତିନି ଇଆରବି ଯବାନ ପାଲଟିଲେ ଗଞ୍ଜେଇ ମାଫିଆ । ଗଞ୍ଜେଇ ଚାଲାଣରେ ଲିପ୍ତ ତିନି IRB ଯବାନ ଗିରଫ। ମନୁମୁଣ୍ଡା ପୋଲିସ ବ୍ୟାରେକରେ ଚଢ଼ାଉ କରି ତିନି ଯବାନଙ୍କୁ ଗିରଫ କରିଛନ୍ତି ବୌଦ୍ଧ ଏସ୍ପି । ଯବାନଙ୍କ ପାଖରୁ ୧୫କେଜି ଗଞ୍ଜେଇ ଜବତ ହୋଇଛି । ତିନି ଜଣ ଯବାନ ହେଲେ ହାବିଲଦାର କୁନାର ସିଂ,କନେଷ୍ଟବଳ  ତ୍ରିଲୋଚନ ରଣା ଓ କନେଷ୍ଟବଳ ନିଲମ ବର୍ଲା । ତିନି ଯବାନଙ୍କୁ ତଦନ୍ତ ଘେରକୁ ନିଆଯାଇଥିବା ବେଳେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ବୌଦ୍ଧ SP ରାହୁଲ ଗୋଏଲ ।

ସୂଚନାଯୋଗ୍ୟ, ବୌଦ୍ଧ ପୋଲିସ ପକ୍ଷରୁ ଆଣ୍ଟିନକ୍ସଲ ଅପରେସନରେ ନେଇ ମନମୁଣ୍ଡା ଥାନାରେ ଗୋଟିଏ ପ୍ଲାଟୁନ IRB ଯବାନ ମୃତୟନ ଥିଲେ । ଏକ ବିଶେଷ ସୂତ୍ରରୁ ଗତକାଲି ବୌଦ୍ଧ ଏସପି ସୂଚନା ପାଇଥିଲେ ୩ଜଣ IRB ଯବାନ ଗଞ୍ଜେଇ କାରବାର କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏକ ସୋତନ୍ତ୍ର ଟିମ ଗଠନ କରି ମନମୁଣ୍ଡା IRB ବାରେକରେ ରେଡ଼ କରିଥିଲେ । ରେଡ଼ରେ ହାବିଲଦାର କୁନାର ସିଂ ନିକଟରୁ ୫କେଜି ୧୦୦ଗ୍ରାମ , କନେଷ୍ଟବଳ  ତ୍ରିଲୋଚନ ରଣାଙ୍କ ଠାରୁ ୭କେଜି ୭୮୦ଗ୍ରାମ ଓ କନେଷ୍ଟବଳ ନିଲମ ବର୍ଲାଙ୍କ ଠାରୁ ୩କେଜି ୫୦ଗ୍ରାମ ମୋଟ ୧୫କେଜି ୯୩୦ଗ୍ରାମ ଗଞ୍ଜେଇ ଜବତ। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧ଲକ୍ଷ ୫୦ହଜାର ହେବ । ୩ଜଣ ଯବାନଙ୍କୁ ବୌଦ୍ଧ ପୋଲିସ କୋର୍ଟ ଚାଲଣ କରିଥିବା ବେଳେ ଅଧିକ ତଦନ୍ତ ଜାରି ଥିବା ବୌଦ୍ଧ ଏସ୍ପି ସୂଚନା ଦେଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *