ଠକେଇ ମହିଳା ଗିରଫ

ଚନ୍ଦନପୁରରେ ଜଣେ ମହିଳା ଠକେଇ ଅଭିଯୋଗରେ ଗିରଫ। ତାଙ୍କ ଠାରୁ 500ଟଙ୍କା ଭର୍ତି ଆଟାଚ ସହ ସୁନା ଅଳଙ୍କାର ଜବତ କଲା ଚନ୍ଦନପୁର ପୋଲିସ। ପୂର୍ବରୁ ଚନ୍ଦନପୁର ଥାନାରେ ମହିଳାଙ୍କ ନାଁରେ ଲୋନ୍ ବା ଋଣ ଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ଏଭଳି ଅଭିଯୋଗ ଆଣିଛନ୍ତି ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଳର ଅନେକ ଅଧିବାସୀ। ମହିଳା ଓ ତାଙ୍କ ସହଯୋଗୀଙ୍କ ନାଁରେ ଏଭଳି ଅଭିଯୋଗ ଆଣି ପୁରୀ ଏସପିଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ ଠକେଇର ଶିକାର ହୋଇଥିବା କିଛି ଲୋକେ। ଲୋନ୍ ଦବାକୁ କହି ଶତାଧିକ ଲୋକଙ୍କୁ ଚୂନା ଲଗାଇ ଲକ୍ଷାଧିକ ଟଙ୍କା ମହିଳା ଲୁଟିଥିବା ଅଭିଯୋଗ ହୋଇଥିଲା। ଦୀର୍ଘ 5 ବର୍ଷ ହେବ ସମ୍ପୃକ୍ତ ମହିଳା ଜଣକ ଲୋନ୍ ଦିଆଯିବ କହି ସମୟ ପରେ ସମୟ ଗଡାଇ ଭଣ୍ଡାଉଥିବା ବେଳେ ଟଙ୍କା ଦେଇଥିବା ଲୋକଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲା ।  ଶେଷରେ ନିରାଶା ହୋଇ ଠକେଇର ଶିକାର ହୋଇଥିବା ବ୍ୟକ୍ତିମାନେ ନ୍ୟାୟ ଆଶାରେ ଏସପିଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଘଟଣାର ଉପଯୁକ୍ତ ତଦନ୍ତ କରି ସେମାନଙ୍କ ଟଙ୍କା କିଭଳି ସେମାନେ ଫେରିପାଇଵେ ସେନେଇ ପୁରୀ ଏସପି ଘଟଣାରେ ହସ୍ତକ୍ଷେପ କରନ୍ତୁ ବୋଲି ଦାବି ହୋଇଥିଲା କରିଛନ୍ତି ଅଞ୍ଚଳ ବାସୀ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *