ଅଲ୍ଲୁ ଅର୍ଜୁନ ଆରେଷ୍ଟ

ହାଇଦ୍ରାବାଦ ଦଳାଚକଟା ମାମଲାରେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ କଲା ପୋଲିସ । ଦଳାଚକଟା ମାମଲାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ସୂଚନ ଅନୁଯାୟୀ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨ ପ୍ରିମିୟର ସୋ ବେଳେ ହାଇଦ୍ରାବାଦର ସଂଧ୍ୟା ଥିଏଟରରେ ଦଳାଚକଟାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଅଲ୍ଲୁ ଅର୍ଜୁନ ନିଜେ ସଂଧ୍ୟା ଥିଏଟରରେ ସ୍କ୍ରିନିଂ ଲାଗି ଯାଇଥିଲେ। ଅଲ୍ଲୁ ଅର୍ଜୁନଙ୍କ ଗୋଟିଏ ଝଲକ ପାଇବାକୁ ଫ୍ୟାନ୍ସଙ୍କ ଅସମ୍ଭବ ଭିଡ଼ ଲାଗିଥିଲା। ଆଉ ଏଥିରୁ ଆରମ୍ଭ ହୋଇଥିଲା ଠେଲାପେଲା ଦଳାଚକଟା ସ୍ଥିତିର ରୂପ ନେଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବାକୁ ଯାଇ ଲାଠିଚାର୍ଜ କରିଥିଲା ପୁଲିସ। ଆଉ ଲାଠିଚାର୍ଜ ମାତ୍ରେ ଭୟରେ ଲୋକେ ଦୌଡ଼ିବା ବେଳେ ଦଳାଚକଟା ହୋଇଥିଲା। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ୩ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତରଙ୍କ ଭିତରେ ମୃତ ମହିଳାଙ୍କ ପୁଅ ବି ଅଛି। ତାଙ୍କୁ ଅଚେତ ଅବସ୍ଥାରେ ପୁଲିସ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ଆରଟିସି ଏକ୍ସ ରୋଡରେ ହୋଇଥିବା ଏହି ଦଳାଚକଟାରେ ମୃତ୍ୟୁବରଣ କରିଥିବା ମହିଳା ହେଲେ ୩୯ ବର୍ଷୀୟା ରେବତୀ। ମୃତ ମହିଳା ନିଜ ସ୍ୱାମୀ ଓ ଦୁଇ ପିଲାଙ୍କ ସହ ଥିଏଟରକୁ ଯାଇଥିଲେ। ଭିଡ଼ ଭିତରେ ଫସିଯାଇଥିଲେ। ଥିଏଟରକୁ ନିଜ ପିଲାଙ୍କ ସହ ପଶିବାକୁ ଉଦ୍ୟମ ବେଳେ ଅଣନିଃଶ୍ୱାସୀ ହୋଇ ତଳେ ପଡ଼ିଯାଇଥିଲେ। ଆଉ ସେପଟେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୁଲିସ ଅଚାନକ ଲାଠିଚାର୍ଜ କରିଦେବାରୁ ଲୋକେ ତାଙ୍କ ଉପରେ ଦଳିଚକଟି ଚାଲିଯିବାରୁ ଏଭଳି ଅଭାବନୀୟ ପରିସ୍ଥିତି ଉପୁଜିଥିଲା। ଦିଲସୁଖନଗରରେ ରହୁଥିବା ରେବତୀ ନିଜ ସ୍ୱାମୀ ଭାସ୍କର,  ୯ ବର୍ଷର ପୁଅ ତେଜ୍ ଓ ୭ ବର୍ଷର ଝିଅ ସାନଭିଙ୍କ ସହ ପୁଷ୍ପା-୨ ପ୍ରିମିୟର ସୋ ଦେଖିବାକୁ ଯାଇଥିଲେ। ଆହତ ପିଲାଙ୍କୁ ଡାକ୍ତରଙ୍କ ନିରୀକ୍ଷଣରେ ରଖାଯାଇଛି।ତେବେ ଆଜି ଅଲ୍ଲୁ ଅର୍ଜୁଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *