ପୋଲିସ ହାତରେ ବନ୍ଧା ହେଲେ ଖେଳ ଶିକ୍ଷକ

ବିଧାୟକଙ୍କ ପିଏ କହି ବଟି ମାଗୁଥିବା ଖେଳ ଶିକ୍ଷକ ପୋଲିସ ହାତରେ ବନ୍ଧା ହେଲେ।  ଜଗତସିଂହପୁର ଥାନା ସଦର ମହକୁମା ର ଓହଳ ଗ୍ରାମର ସୁରେଶ ଚନ୍ଦ୍ର ପରିଜା ଓଡ଼ିଶା ଅମଲା ସଂଘ ଜଗତସିଂହପୁର ଜିଲ୍ଲା ଶାଖାର ସମ୍ପାଦକଙ୍କୁ ଗତକାଲି ହଠାତ୍ ଏକ କଲ୍ 7852973119 ନମ୍ବରରୁ  ଆସିଥିବା ବେଳେ କିଏ ବୋଲି ପଚାରିବା ସମୟରେ ମୁଁ ବିଧାୟକ ଅମରେନ୍ଦ୍ର ଦାସଙ୍କ ପିଏ ବୋଲି ପରିଚୟ ଦେଇଥିଲେ । ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଥିବା ବିଲ ସେକ୍ସନରେ ବହୁତ ହେରଫେର କରାଯାଉଛି କହି ବିଧାୟକ ଅମରେନ୍ଦ୍ର ଦାସ କହିଛନ୍ତି। ପୁରଣ ଉଚ୍ଚ ବିଦ୍ୟାଳୟ ର କିରାଣୀ ଙ୍କ ଠାରୁ ବିଲ କରାଇଦେବାକୁ କହି ଲାଞ୍ଚ ନେଇଛ | ତୁରନ୍ତ ଏକ ଲକ୍ଷ ଟଙ୍କା ଆଣିକି ଦିଅ କହିବା ସହିତ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରି  ଧମକପୂର୍ଣ୍ଣ କଥାବାର୍ତ୍ତା କରିଥିଲେ । ଯାହାକୁ ନେଇ ସୁରେଶ ଜଗତସିଂହପୁର ଥାନା ରେ  ଲିଖିତ ଅଭିଯୋଗ କରିଥିଲେ।  ଜଗତସିଂହପୁର ଥାନା ଅଧକାରୀ ମୋବାଇଲ ନମ୍ବରକୁ ଟ୍ରାକ କରି ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ପୁରଣ ପଞ୍ଚାୟତ ନିକଟରେ ଥିବା ପୁରଣ ସରକାରୀ ଉଚ୍ଚ ବିଦ୍ବିଦ୍ୟାଳୟ ର ଖେଳ ଶିକ୍ଷକଙ୍କୁ ଗିରଫ କରି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି ।  ବିଧାୟକ ଏ ବିଷୟରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହେଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *