ପତିହନ୍ତା ମୁସ୍କାନକୁ ଶ୍ରୀରାମଚରିତମାନସ ଦେଲେ ରାମ!

ବୟଫ୍ରେଣ୍ଡ୍ ସହ ମିଶି ନିଜ ସ୍ୱାମୀକୁ ମର୍ଡର କରିଥିବା ମୁସ୍କାନ ଓ ତାଙ୍କର ବୟଫ୍ରେଣ୍ଡ୍କୁ ସାହିଲକୁ ଶ୍ରୀରାମଚରିତ ମାନସ ଦେଇଛନ୍ତି ରାମାୟଣର ରାମ। ଜେଲରେ ଭେଟି ଉଭୟଙ୍କୁ ଏହି ପୁସ୍ତକ ମିରଟର ବିଜେପି ସାଂସଦ ଅରୁଣ ଗୋଭିଲ୍ ତଥା ରାମାୟଣ ଚରିତ୍ରରେ ଅଭିନୟ କରିଥିବା ରାମ ଦେଲା ବେଳେ ଉଭୟ କାନ୍ଦି ପକାଇଥିଲେ। ଅରୁଣ ଗୋଭିଲ ପୁରା ଦେଶରେ ୫ଲକ୍ଷରୁ ଅଧିକ ରାମାୟଣର ପ୍ରତିମା ବାଣ୍ଟିବାକୁ ପଣ କରିଛନ୍ତି। ତାଙ୍କ କାର୍ଯ୍ୟକାଳ ଭିତରେ ଏହି ଅଭିଯାନ ସେ ଜାରି ରଖିବେ। ମୁସ୍କାନ ନିଜ ପ୍ରେମିକ ସହ ମିଶି ନିଜ ସ୍ୱାମୀ ସୌରଭଙ୍କୁ ବୀଭତ୍ସ ହତ୍ୟା କରିଥିଲା। ମର୍ଡର ପରେ ଶବକୁ ଖଣ୍ଡ ଖଣ୍ଡ କରି ନୀଳ ଡ୍ରମରେ ସିମେଣ୍ଟ ପେଷ୍ଟ୍ କରିଦେଇଥିଲା। ଯାହା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ଜେଲର କଏଦୀଙ୍କୁ ରାମାୟଣ ପୁସ୍ତକ ବିତରଣ ପାଇଁ ଜେଲକୁ ଅରୁଣ ଯାଇଥିଲା ବେଳେ ଏହି ଦୁଇ ଅପରାଧୀଙ୍କୁ ବି ଦେଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *