ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଏଟିଏମ ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ ଇଣ୍ଡିଆର ଏଟିଏମକୁ ଜେସିବି ଲଗାଇ ଗତକାଲି ରାତିରେ କେହି ଦୁର୍ବୃତ୍ତ ତାଡ଼ି ନେଇଥିବା ଜଣାପଡ଼ିଛି। ସୂଚନା ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ପେଟ୍ରୋଲିଂ ଦଳ ସହାୟତାରେ ଜେସିବି ସହିତ ଏ.ଟି.ଏମ୍.କୁ ଉଦ୍ଧାର କରିଛି ପୋଲିସ ଏବଂ ଘଟଣାସ୍ଥଳରେ ସିଇନଟିଫିକ ଦଳ ଓ ସନ୍ନଦାନୀ କୁକୁର ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ପୋଲିସ ଝାରସୁଗୁଡା ସହରାଞ୍ଚଳରେ ଲାଗିଥିବା ସମସ୍ତ ସିସିଟିଭିକୁ ତନତନ ଯାଞ୍ଚ କରୁଥିବା ଦେଖାଦେଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now