ଗାଁରେ ବୁଲିଲା ଖଣ୍ଡା, ଭୟରେ ଥାନାରେ ଶରଣ ନେଲେ ମହିଳା

ଗ୍ରାମରେ ବୁଲିଲା ଖଣ୍ଡା, ଭୟରେ ଗ୍ରାମ ହେଲା ପୁରୁଷ ଶୂନ୍ୟ। ଭୟରେ ଥାନାରେ ଶରଣ ନେଲେ ମହିଳା । ଏମିତ ଦୃଶ୍ୟ ଦେଖିବାକୁ ମିଳିଛି ଧାମନଗର ଥାନା ଭଗବାନପୁର ପଞ୍ଚାୟତର ଡିଗି ଗ୍ରାମ ଓ ଭଣ୍ଡାରୀପୋଖରୀ ଥାନା ମଣିବାଜି ଗ୍ରାମରେ। ଦୁଇ ଗୋଷ୍ଟି ମଧ୍ୟରେ ସଂଘର୍ଷ ହୋଇ ଥିଲା ଯାହା ଫଳରେ ଡିଗି ଗ୍ରାମର ୬ଜଣ ଗୁରୁତର ହୋଇଥିଲେ ଓ ମହିଳା ମାନେ ଭୟରେ ଥାନାର ଦ୍ୱାରସ୍ଥ ହେଲେ। ସୂଚନା ମୁତାବକ ଜାଗର ଦିନ ମଣିବାଜି ଗ୍ରାମରେ ଥିବା ମହାଦେବଙ୍କ ନିକଟରେ ପୂଜାର୍ଚ୍ଚନା କରିବାକୁ ଡିଗି ଗାଁ ଲୋକେ ଯାଇଥିଲେ। ଏହି ସମୟରେ ମଣିବାଜି ଗ୍ରାମର ଜଣେ ଯୁବକ ମୋଟର ସାଇକେଲ କଥାକୁ ନେଇ ଝଗଡା କରିଥିଲା । ଏହାକୁ ନେଇ ଆରମ୍ଭ ହୋଇଥିଲା ଛକା ପଞ୍ଝା। ସେବେଠାରୁ ସେହି ଗ୍ରାମୀର ଲୋକେ ଡିଗି ଗ୍ରାମ ଲୋକଙ୍କୁ ବାଟରେ ଅଟକାଇ ମାଡ ମାରନ୍ତି। ତେବେ ଏହି ଘଟଣାକୁ ନେଇ ଗତ କାଲି ସକାଳ ସମୟରେ ପୁଣି ଡିଗି ଗ୍ରାମର ଜଣେ ଯୁବକଙ୍କୁ ମାଡ଼ ମାରିବାକୁ ନେଇ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଛକା ପଞ୍ଝା। ମଣିବାଜି ଗ୍ରାମର ଶ୍ରୀକାନ୍ତ ବେହେରାଙ୍କ ସମେତ ପାଖାପାଖି ୩୦ ରୁ ଉର୍ଦ୍ଧ ଲୋକେ ରାତିରେ ଡିଗି ଗ୍ରାମରେ ପହଞ୍ଚି ଘରର କବାଟ ଭାଙ୍ଗି ଘରୁ ଲୋକଙ୍କୁ ବାହାରକୁ ଆଣି ଭୁଜାଲିରେ ଆକ୍ରମଣ କରିଥିଲେ। ତାହା ସହ ଘରେ ଥିବା ଗାଡି ମୋଟରକୁ ଭାଙ୍ଗିବା ସହ ଗାଁ ଦାଣ୍ଡରେ ଖଣ୍ଡା  ବୁଲିଥିଲା। ଏଥିରେ ୬ରୁ ଉର୍ଦ୍ଧ ଲୋକେ ଗୁରୁତର ହୋଇଥିବା ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ୨ଜଣ ଅନ୍ୟ ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି। ଘଟଣା ସ୍ଥଳରେ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *