ବ୍ଲକ ଭିତରେ ପସି ବିଜେପି ନେତା ଜେଇଙ୍କୁ ଆକ୍ରମଣ କରିଥିବା ଘଟଣାରେ ଜିଲ୍ଲାପ୍ରଶାସନକୁ ଘେରିଲେ ଲୋକ ପ୍ରତିନିଧି । ଯାଜପୁର ଦଶରଥପୁର ବ୍ଲକ ଜେଇ ପିଥ ହାଁସଦାଙ୍କୁ ବ୍ଲକ ପରିସରରେ ପଶି ଆକ୍ରମଣ କରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏହାସହ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପ୍ରଶାସନଙ୍କୁ ଘେରିଲେ ଦଶରଥପୁର ବ୍ଳକର ଜନ ପ୍ରତିନିଧି। ଗତ ୧୮ରୁ ପୁଲିସ ଆକ୍ରମଣକାରୀ ବିଜେପି ଜୋନ ସଭାପତି ପତିତପାବନ ମହାନ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିବା ବେଳେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ କରିନି । ପୁଲିସର ଏଭଳି ନିଷ୍କ୍ରିୟତାକୁ ପ୍ରତିବାଦ କରାଯାଇଛି ଲୋକ ପ୍ରତିନିଧି । ଏଥିସହ ବ୍ଲକ ଅନ୍ତର୍ଗତ ବିଭିନ୍ନ ମଣ୍ଡିରେ ବର୍ଷାରେ ଧାନ ପଡି ରହିଥିବା ବେଳେ ଧାନ ଉଠୁନାହିଁ। ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବନ୍ଦ ହୋଇ ରହିଥିବା ନେଇ ବ୍ଲକ ଅଧକ୍ଷ ଦିଗାମ୍ବର ମଲ୍ଲିକଙ୍କ ନେତୃତ୍ୱରେ ବ୍ଲକ ଅନ୍ତର୍ଗତ ସମସ୍ତ ସରପଞ୍ଚ ସମିତି ସଭ୍ୟ ଓ ଜିଲ୍ଲା ପରିଷଦମାନେ ଏକ ଲିଖିତ ଦାବିପତ୍ର ଦଶରଥପୁର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିରରେ ପ୍ରଦାନ କରିଛନ୍ତି। ତୁରନ୍ତ ଦୋଷୀଙ୍କୁ ଗିରଫ କରାଯିବା ସହ ସମସ୍ତ ସମସ୍ୟାର ସମାଧାନ କରା ନ ଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now