ଦଣ୍ଡନାଚରେ ଅଶ୍ଳୀଳ ନୃତ୍ୟକୁ ନେଇ ଗଣ୍ଡଗୋଳ, ୭ଗିରଫ

ଦଣ୍ଡନାଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ନେଇ ଗଣ୍ଡଗୋଳ ନେଇ ଆୟୋଜକଙ୍କ ସହ ୭ ଗିରଫ । ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗରରେ ସ୍ଥାନୀୟ କମିଟି ପକ୍ଷରୁ ଗୁରୁବାର ରାତିରେ ଦଣ୍ଡନାଚ ଆୟୋଜନ କରାଯାଇଥିଲା । ଦଣ୍ଡନାଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ବେଳେ କିଛି ଯୁବକ ଏହାକୁ ବିରୋଧ କରିବା ପରେ ଗଣ୍ଡଗୋଳ ହୋଇଥିଲା । ଘଟଣା ସମ୍ପର୍କରେ ଖବରପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଓ ରାତି ୧୦ଟା ପରେ ଉଚ୍ଚ ଶବ୍ଦରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରିବା ଅଭିଯୋଗରେ ପୋଲିସ ଆୟୋଜକଙ୍କ ସହ ୭ ଜଣଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ସେଶଦେବ ପାଣିଗ୍ରାହୀ , ସମୀର ମହାରଣା, ଦେବାଶିଷ ମାଝୀ, ସରୋଜ କୁମାର ଗୈାଡ, ବିଶାଲ ପାଣିଗ୍ରାହୀ, ସୁଶାନ୍ତ କୁମାର ବେହେରା ଓ ବାବୁଲ ବିଷୋୟୀ । ଗିରଫ ପରେ ୭ ଜଣଙ୍କୁ କୋର୍ଟ ଚାଲାଣ କରିଛି ବ୍ରହ୍ମପୁର ଟାଉନ ଥାନା ପୋଲିସ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *