ଆଇପିଏସ୍ ସାଗରିକ ନାଥଙ୍କ ପରିବାର ଉପରେ ଲୁଟ ଉଦ୍ଦେଶ୍ୟରେ ଆକ୍ରମଣ

Spread the love

ଭୁବନେଶ୍ୱର : ଭାରତୀୟ ପୋଲିସ ସେବାର ଅଧିକାରୀ ସାଗରିକା ନାଥଙ୍କ ପରିବାର ସଦସ୍ୟଙ୍କ ଉପରେ ଲୁଟ ଉଦ୍ଦେଶ୍ୟରେ ଆକ୍ରମଣ ହୋଇଥିବା ଜଣା ପଡିଛି । ଗତକାଲି ଘାଟିକିଆ ଅଞ୍ଚଳ ରେ ଥିବା ନିଜ ଘରକୁ ଫେରୁଥିଲେ ତାଙ୍କ ବାପା ମା ଫେରୁଥିବା ବେଳେ ସେମାନଙ୍କୁ ଆକ୍ରମଣ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ସେମାନଙ୍କ କାର କୁ ପିଛା କରୁଥିବା ଏକ ବାଇକ ରେ ଲୁଟେରା ଆସି ଗାଡି କୁ ଅଟକାଇଥିଲେ । ଏହା ପରେ ଲୁଟେରା ଦମ୍ପତିଙ୍କୁ ଟଙ୍କା ଓ଼ ସୁନା ଗହଣା ଦେବାକୁ କହିଥିଲେ । ଲୁଟେରାଙ୍କ କଥା ନଶୁଣିବାରୁ ଦମ୍ପତିଙ୍କ ଉପରେ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକ ଜମା ହେବା ପରେ ଲୁଟେରା ଚମ୍ପଟ ମାରିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦମ୍ପତିଙ୍କୁ ଉଧାର କରି ମେଡିକାଲରେ ଭର୍ତ୍ତି କରିଛି ।

Leave a Reply

Your email address will not be published. Required fields are marked *