ଭୁବନେଶ୍ବର: ଭୁବନେଶ୍ବରରେ ମହିଳା SI ଙ୍କୁ ଆକ୍ରମଣ ଘଟଣାରେ ବନ୍ଧା ହେଲେ ୩ ଅଭିଯୁକ୍ତ। ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ। ଅଭିଯୁକ୍ତ ମାନଙ୍କୁ କଟକ, ପୁରୀ ଏବଂ ଭୁବନେଶ୍ୱର ରୁ ଗିରଫ କରିଛି ପୋଲିସ lଗାଡି ସାଇଡ ମରାକୁ ନେଇ ଅଭିଯୁକ୍ତ ମାନେ ମହିଳା si ଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କରିଥିଲେ।
SI ଙ୍କୁ ଆକ୍ରମଣ ଉଦ୍ୟମ । ଗିରଫ ହେଲେ ୩ ଅଭିଯୁକ୍ତ। ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ରୁ ଅଭିଯୁକ୍ତଙ୍କୁ ଗିରଫ କଲା ସହିଦ ନଗର ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ଅରବିନ୍ଦ ମହାକୁଡ଼, ଚକ୍ରଧର, ପ୍ରଦୀପ। ଏମାନେ ସମସ୍ତେ ପେଶାରେ ଡ୍ରାଇଭର। ସୂଚନା ମୁତାବକ ଜାନୁଆରୀ ୧ ତାରିଖ ଦିନ ବିଳମ୍ବିତ ରାତିରେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ମହିଳା ଥାନା SI ଶୁଭଶ୍ରୀ ନାୟକଙ୍କୁ ଦୁବୃତ୍ତ ମାନେ ଗାଡି ସାଇଡ ମରାକୁ କେନ୍ଦ୍ର କରି ଖଣ୍ଡାରେ ଆକ୍ରମଣ ଉଦ୍ୟମ କରିଥିଲେ। ସହିଦ ନଗର ଥାନାରେ ଏତଲା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଧରିବା ସହ ଗାଡି ଜବତ କରିଛି।
ସେପଟେ ଗିରଫ ହେବା ପରେ ଅଭିଯୁକ୍ତ ମାନେ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ଭୂଲ ମାଗିବାକୁ ଯାଇ ବନ୍ଧା ହେଲୁ ବୋଲି କହିଛନ୍ତି।ଖଣ୍ଡାରେ ଆକ୍ରମଣ ଉଦ୍ୟମ କରିନ ଥିବା କହିଛନ୍ତି ଅଭିଯୁକ୍ତ।
ଦିନକୁ ଦିନ ରାଜଧାନୀ ଅସୁରକ୍ଷିତ ହୋଇପଡୁଥିବା ବେଳେ ଆସାମାଜିକ ଲୋକଙ୍କ ସଂଖ୍ୟା ବି ବଢୁଛି।ଏଭଳି ସ୍ଥିତିରେ ପୋଲିସର ନାଇଟ ପାଟ୍ରୋଲିଂ ଆହୁରି କଡା ହେବାର ଆବଶ୍ୟକତା ରହିଛି।
ସ୍ୱରୂପା ମହାପାତ୍ର

Naxatra News is now on Whatsapp
Join and get latest news update delivered to you via whatsapp
Join Now