ଭାଇ ପେଟରେ ଶାବଳ ଭୁଷିଲା ଭାଇ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ ଭାଇ ପେଟରେ ଶାବଳ ଭୁଷିଲା ସାନ ଭାଇ l ଗୁରୁତ ର ଅବସ୍ଥାରେ ନିଖୋଜ ବଡ଼ ଭାଇକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ। ସାନଭାଇକୁ ଗିରଫ କଲା ମାହାଙ୍ଗା ପୁଲିସ। ସୂଚନା ଅନୁଯାୟୀ ମାହାଙ୍ଗା ଥାନା କୁମୁଡ଼ା ହାଟ ନିକଟ ବସ୍ତିର ରାଜୁ ଦାସକୁ  ଗତକାଲି ରାତିରେ ତାର ସାନ ଭାଇ  ବିଜୁ ଦାସ ନିକଟସ୍ଥ ଢ଼ାବାକୁ ଖାଇବାକୁ ଡାକି ମଦ ପିଆଇ ଥିଲା। ବଡଭାଇ ରାଜୁକୁ ନିଶା ହୋଇଯିବା ପରେ ସାନ ଭାଇ ବିଜୁ ତାକୁ କୁଆଁପାଳ ଗାଁର ମୁଗ ବିଲକୁ ରାତି ପ୍ରାୟ  ୧୧ସମୟରେ ନେଇ  ନିଜ ବଡଭାଇର ପେଟକୁ ଶାବଳରେ ଆକ୍ରମଣ କରିଥିଲା। ବିଜୁ ସଂଜ୍ଞା ହୀନ ହୋଇଯିବା ପରେ ମରିଯାଇଛି ଭାବି ତାକୁ ସେଠାରେ ଫିଙ୍ଗିଦେଇ ଫେରାର ହୋଇଯାଇଥିଲା। ତେବେ ସ୍ଥାନୀୟ ଗ୍ରାମବାସୀ ବିଲକୁ ଯାଇଥିବା ବେଳେ ସେଠାରେ ବିଜୁକୁ ଅଚେତ ଅବସ୍ଥାରେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଗୁରୁତର ଅବସ୍ଥାରେ ରାଜୁକୁ  ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି ମାହାଙ୍ଗା ମେଡିକାଲରେ ଭର୍ତ୍ତି କରିଥିଲେ l ଖବର ପାଇ ମାହାଙ୍ଗା ଆଇଆଇସି ତପନ ରାଉତ ଘଟଣା ସ୍ଥଳରେ ପହଞ୍ଚି ଏକ ଛୋଟ ଶାବଳ, ଏକ ଟର୍ଚ୍ଚ ଲାଇଟ, ଏକ କମ୍ବଳ ଓ ଗାମୁଛା ଜବତ କରି ତଦନ୍ତ ଆରମ୍ଭ କରିଥିଲା।ଅଭିଯୁକ୍ତ ବିଜୁ ଫେରାର ହେଉଥିବା ଜାଣି ପୁଲିସ  ବାଲିଚନ୍ଦ୍ରପୁର  ହାଇ ୱେ ତଳୁ ତାକୁ  ଗିରଫ କରିଛିନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *