ଗାଁ ନାଁ କୁ ନେଇ ପୁଣି ଘନେଇଲା ବେଗୁନିଆ ବ୍ଲକ ବାଘମାରୀ ଥାନା ଅନ୍ତର୍ଗତ ଓସ୍ତପୁର ଏବଂ କୋଟପଲ୍ଲା ଗାଁ ବିବାଦ ।ଦୁଇ ଗାଁ ଭିତରେ ପୁଣି ଖଣ୍ଡଯୁଦ୍ଧ, ଟେକା ପଥର ମାଡ ସହିତ ଦୋକାନ ବଜାର ଭଙ୍ଗାରୁଜା, ଘର ପୋଡି ଆଦି। ତେବେ ଦୁଇ ଗାଁ ରେ ଆଜିକୁ ଚାରି ମାସ ହେବ ଗାଁ ର ନାମ ଫଳକକୁ ନେଇ ଚାଲିଛି ବିବାଦ, ଗାଁ ବଜାରରେ ଦୁଇ ଗାଁ ର ନାଁ କୁ ନେଇ ଗତ ଅଗଷ୍ଟ ମାସରେ ହୋଉଥିଲା ଗଣ୍ଡଗୋଳ ସେହିଦିନ ଠାରୁ ଗାଁରେ ବି ଏନ ଏସ ୧୬୩ଧାରା ଜାରି ରହି ରାତିଦିନ ପୋଲିସ ପହରା ରହିଥିଲା ହେଲେ ଦୀର୍ଘ ଚାରି ମାସ ପରେ ଏବେ ବି ଏନ ଏସ ୧୬୩ଧାରା ଦୁଇଦିନ ତଳେ ପ୍ରଶାସନ ଉଠାଇଦେବା ପରେ ଆଜି ପୁଣି ଦୁଇ ଗାଁ ଭିତରେ ଉତେଜନା ଦେଖାଦେଇଛି
ଆଜି ଦୁଇ ଗାଁ ର ବଜାରରେ ଥିବା ନାମ ଫଳକକୁ ଗତ ରାତିରେ କେହି ଦୁର୍ବୁତ୍ତ କାଟି ନେଇ ଯିବାରୁ ଉତେଜନା ପ୍ରକାଶ ପାଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଖୋର୍ଦ୍ଧା SP, SDPO, ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସହିତ ବାଘମାରି ଥାନା, ବେଗୁନିଆ ଥାନା ଏବଂ ବେଗୁନିଆ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ମୂତୟନ ରହିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now