ବ୍ରେକ୍ଅ‌ପ କହିବାରୁ ବିବାହିତା ପ୍ରେମିକାକୁ ୧୭ଥର ଛୁରୀ ଭୁଷିଲା

ଓୟୋ ହୋଟେଲରେ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକ। ବେଙ୍ଗାଲୁରୁରେ ଆସିଛି ଏଭଳି ଘଟଣା। ହୋଟେଲ ରୁମ ଭିତରେ ୩୬ ବର୍ଷୀୟା ପ୍ରେମିକା ହରିଣିଙ୍କୁ ଅଭିଯୁକ୍ତ ୨୫ ବର୍ଷର ପ୍ରେମିକ ଛୁରୀ ଭୁଷି ହତ୍ୟା କରିଛି। ଶୁକ୍ରବାର ବିଳମ୍ୱିତ ରାତିରେ ଏ ହତ୍ୟାକାଣ୍ଡ ଘଟିଥିଲା ବେଳେ ଦୁଇ ଦିନ ପରେ ଏହାର ଖୁଲାସା ହୋଇଛି। ସୁବ୍ରମଣ୍ୟପୁରା ଥାନାରେ ଏ ନେଇ ଏତଲା ରୁଜୁ ହୋଇଛି। ଆଉ ପୁଲିସ ତଦନ୍ତ ଜାରି ରଖିଛି। ପ୍ରେମିକା ବିବାହିତା ଥିଲା। ପ୍ରେମିକ ସହ ପରକୀୟାପ୍ରୀତିକୁ ନେଇ ପରିବାରରେ ଝଗଡ଼ା ପରେ ପ୍ରେମିକ ସହ ଦୂରତା ରଖିଥିଲେ ରୋହିଣୀ। ଅଭିଯୁକ୍ତ ପ୍ରେମିକ ପେଶାରେ ସଫ୍ଟଓ୍ୱେର୍ ଇଞ୍ଜିନିୟର। ସେ ହରିଣୀଙ୍କ ପ୍ରେମରେ ପାଗଳ ଥିଲା। ଯୁବକ ସହ ସମ୍ପର୍କ ଛିନ୍ନ କରିବାକୁ କହିବାରୁ ଯୁବକ ପାଗଳ ହୋଇଯାଇଥିଲା। ହିତାହିତ ଜ୍ଞାନ ଭୁଲି ପ୍ରେମିକାକୁ ୧୭ଥର ଛୁରୀ ଭୁଷିଥିଲା। ଅଭିଯୁକ୍ତ ପ୍ରେମିକର ନାଁ ୟଶ। ହରିଣି ଓ ୟସ ସହ ଲମ୍ୱା ସମୟ ଧରି ସମ୍ପର୍କ ଥିଲା। ଏହାକୁ ନେଇ ହରିଣି ପରିବାର ଭିତରେ ଅନେକ ସମୟରେ କଳହ ହେଉଥିଲା। ଆଉ ରିଲେସନସିପ୍ ରଖିବାକୁ ଚାହୁଁନଥିବା ହରିଣି କହିବା ପରେ ଦୁହିଁଙ୍କ ଭିତରେ ବଚସା ହୋଇଥିଲା। ଆଉ ଏଥିରେ ରାଗି ଯାଇ ଛୁରୀ ଭୁଷି ହତ୍ୟା କରିଥିଲା ୟଶ। ଦୁଇଟି ପିଲାର ମାଆ ଅଟନ୍ତି ହରିଣି। ପୁଲିସ ୟସକୁ ଗିରଫ କରିଛି। ବ୍ରେକଅପକୁ ନେଇ ପ୍ରେମିକାକୁ ମର୍ଡର କରିବାକୁ ପଛାଇଲାନି ହତ୍ୟାକାରୀ ପ୍ରେମିକ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *