କେଉଁଠି ଅଶ୍ଳୀଳ ଆଚରଣ ତ କେଉଁଠି ଆକ୍ରମଣ- ଭାଇରାଲ ଭିଡ଼ିଓ ବିଜେପିକୁ ଦେଲାଣି ଟେନସନ

ୟୁପି ଗୋଣ୍ଡା ଜିଲ୍ଲାର ବିଜେପି ଅଧ୍ୟକ୍ଷ ଅମର କିଶୋର କାଶ୍ୟପଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆସିଛି। ଏକ ସିସିଟିଭି ଫୁଟେଜ୍ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ କାଶ୍ୟପଙ୍କୁ ଜିଲ୍ଲା ଦଳୀୟ କାର୍ଯ୍ୟାଳୟରେ ଜଣେ ମହିଳାଙ୍କ ସହ ଅଶୋଭନୀୟ ଆଚରଣ କରୁଥିବା ଦେଖାଯାଇଛି। ଏହି ଘଟଣା ଏପ୍ରିଲ ୧୨ ତାରିଖର ବୋଲି ସନ୍ଦେହ କରାଯାଉଛି। ଭିଡିଓକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ଓ ଦଳ ମଧ୍ୟରେ ବି କ୍ଷୋଭ ସୃଷ୍ଟି ହୋଇଛି। ଏହି ଘଟଣା ପରେ ଉତ୍ତରପ୍ରଦେଶ ବିଜେପିର ଶୀର୍ଷ ନେତୃତ୍ୱ ଅମର କିଶୋରଙ୍କୁ ଏକ ଲିଖିତ ନୋଟିସ୍ ଜାରି କରିଛନ୍ତି ଓ ୭ ଦିନ ମଧ୍ୟରେ ସ୍ପଷ୍ଟିକରଣ ଲୋଡ଼ିଛନ୍ତି। ଅମର କିଶୋର କାଶ୍ୟପ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ଏହି ଭିଡିଓକୁ ଭୁଲ ବ୍ୟାଖ୍ୟା କରାଯାଇଛି ଓ ତାଙ୍କ ଛବିକୁ ମଳିନ କରିବା ଉଦ୍ଦେଶ୍ୟରେ ଏହା କରାଯାଇଛି। ସଫେଇ ଦେଇଛନ୍ତି ଯେ, ସେ କେବଳ ମହିଳାଙ୍କୁ ଆଶ୍ରୟ ଦେଇଥିଲେ। ସଂପୃକ୍ତ ମହିଳା ବିଜେପିର କାର୍ଯ୍ୟକର୍ତ୍ତା। ସକ୍ରିୟ ସଦସ୍ୟ ବି ଅଟନ୍ତି। ତାଙ୍କ ଦେହ ଖରାପ ହେତୁ ସେ କଲ୍ କରିଥିଲେ। ଆଉ କିଛି ଘଣ୍ଟା ବିଶ୍ରାମ ନେବା ପରେ ସେ ମହିଳାଙ୍କୁ ତାଙ୍କ ଗାଡ଼ିରେ କାର୍ଯ୍ୟାଳୟକୁ ଡାକିଥିଲେ। ଯେତେବେଳେ ସିଡ଼ି ଚଢ଼ି ମହିଳା ଉପରକୁ ଆସିଥିଲେ, ତାଙ୍କୁ ଚକ୍କର ଆସିଥିଲା। ସେ ତଳେ ପଡ଼ିଯାଇଥାଆନ୍ତେ। ସେଥିଲାଗି ତାଙ୍କୁ ଧରିପକାଇଥିଲେ। ମହିଳା ଜଣକ ବି ତାଙ୍କ ହାତ ଧରିପକାଇଥିଲେ। ଯଦି କାହାକୁ ସାହାଯ୍ୟ କରିବା ପାପ, ତାହେଲେ ସେ ଏ ବାବଦରେ ଆଉ କିଛି କହିବେନି। ଏ ଭିଡ଼ିଓ କୌଣସି ଦଳୀୟ କର୍ମୀଙ୍କ ଦ୍ୱାରା ଭାଇରାଲ କରାଯାଇଛି। ବର୍ତ୍ତମାନ ଦଳ ଏହା ଉପରେ ତଦନ୍ତ କରୁଛି ଓ ତଦନ୍ତ ଫଳାଫଳ ଅନୁସାରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେପଟେ ମହିଳା ଜଣକ ବି ଏଭଳି ଆରୋପକୁ ଖଣ୍ଡନ କରିଛନ୍ତି। ସେ ଲକ୍ଷ୍ନୌରୁ ଫେରୁଥିବା ବେଳେ ତାଙ୍କ ଦେହ ଅଚାନକ ବିଗିଡ଼ିଥିଲା। ଜିଲ୍ଲା ସଭାପତି ତାଙ୍କୁ ବିଶ୍ରାମ କରିବାକୁ ବିଜେପି ଅଫିସକୁ ଆଣିବାକୁ ନିଜ ଗାଡ଼ି ପଠାଇଥିଲେ। ସେ ହିଲ୍ ସାଣ୍ଡଲ ପିନ୍ଧିଥିଲେ। ସିଡ଼ି ଚଢ଼ିବା ବେଳେ ଚକ୍କର ଆସିଥିଲା। ଆଉ ପଡ଼ିବା ପୂର୍ବରୁ ସମ୍ଭାଳିନେଇଥିଲେ ଅମର। ଅମର ତାଙ୍କ ପିତା ତୁଲ୍ୟ ଅଟନ୍ତି।ସେପଟେ ଦିଲ୍ଲୀ-ମୁମ୍ୱାଇ ଏକ୍ସପ୍ରେସ ଓ୍ୱେରେ କାରରୁ ଓହ୍ଲାଇ ଜଣେ ମହିଳାଙ୍କ ସହ ଯୌନସମ୍ପର୍କ ରଖିଥିବା ମଧ୍ୟପ୍ରଦେଶ ଇନ୍ଦୋରର ନେତା ମନୋହରଲାଲ ଧାକଡ଼ଙ୍କୁ ପୁଲିସ ଗିରଫ କରିଛି। ଏହାର ଭିଡ଼ିଓ ଭାଇରାଲ ହୋଇଥିଲା। ମନୋହର ବିଜେପିର ନେତା ବୋଲି କୁହାଯାଉଛି। ବିଜେପି କହିଥିଲା, ଭିଡିଓରେ ଥିବା ବ୍ୟକ୍ତି ଦଳର ପ୍ରାଥମିକ ସଦସ୍ୟ ନୁହନ୍ତି। ଅଭିଯୁକ୍ତ ମନୋହରଙ୍କ ପତ୍ନୀ ବିଜେପି ସମର୍ଥିତ ଜିଲ୍ଲା ପଞ୍ଚାୟତ ସଦସ୍ୟ ଅଛନ୍ତି। ଭାନପୁରା ପୁଲିସ ଅଭିଯୁକ୍ତ ମନୋହରଙ୍କ ବିରୁଦ୍ଧରେ ମାମଲା କରିଥିଲା। ଦିଲ୍ଲୀ-ମୁମ୍ୱାଇ ଏକ୍ସପ୍ରେସ ଓ୍ୱେରେ ସାର୍ବଜନୀକ ରୂପରେ ଜଣେ ମହିଳାଙ୍କ ସହ ଯୌନସମ୍ୱନ୍ଧର ଭିଡ଼ିଓ ଭାଇରାଲ ହୋଇଥିଲା। ସିସିଟିଭି ଫୁଟେଜରେ ଦେଖାଯାଇଥିଲା ଯେ, ଜଣେ ବ୍ୟକ୍ତି କାରକୁ ରାସ୍ତା କଡ଼ରେ ଛିଡ଼ା କରିଥିଲେ। କାର ଭିତରୁ ଜଣେ ପୁରୁଷ ଓ ମହିଳା ବାହାରିଥିଲେ। ଆଉ ରାସ୍ତାରେ ହିଁ ଶାରୀରିକ ସମ୍ପର୍କ ରଖିବାକୁ ଲାଗିଲେ। କାରର ନମ୍ୱର ବି ସିସିଟିଭିରେ ସ୍ପଷ୍ଟ ଦେଖାଯାଉଥିଲା। ଯାହାର ନମ୍ୱର ଏମପି ୧୪ ସିସି ୪୭୮୨ ଅଟେ। ସିସିଟିଭିରେ ଏ ପୁରା ଘଟଣା ମେ ୧୩ ରାତି ୮ଟା୨୬ର ରେକର୍ଡ କୁହାଯାଉଛି ଏଭଳି ଅଶ୍ଳୀଳ କୃତ୍ୟ ପରେ ଧାକଡ଼ ମହାସଭାର ରାଷ୍ଟ୍ରୀୟ ମନ୍ତ୍ରୀ ଥିବା ମନୋହରଙ୍କୁ ପଦରୁ ହଟାଇଦିଆଯାଇଥିଲା। ଏଭଳି କାଣ୍ଡ ପରେ ମନୋହର ଗାଏବ ହୋଇଯାଇଥିଲେ। ଶେଷରେ ତାଙ୍କୁ ଗିରଫ କରିବା ସହ ସଂପୃକ୍ତ ମହିଳାଙ୍କୁ ଠାବ କରିବାକୁ ତନାଘନା ଜାରି ରହିଛି। ମଧ୍ୟପ୍ରଦେଶର ଆଉ ଜଣେ ବିଜେପି ନେତା ଲକ୍ଷ୍ମୀନାରାୟଣ ଯାଦବ ବିବାଦରେ ଫସିଛନ୍ତି। କେମିତି ମେ ୨୩ ରାତିରେ ନିଜର ୮ରୁ ୧୦ ସମର୍ଥକଙ୍କ ସହ ଆସି ମାଡ଼ପିଟ୍ କରୁଛନ୍ତି ଆଉ ଘରର ମହିଳାଙ୍କୁ ମାଡ଼ ମାରି ତାଙ୍କ ପୁଅକୁ ଘର ଭିତରୁ ଘୋଷାଡ଼ି ନେଉଛନ୍ତି, ତାହାର ଭିଡ଼ିଓ ଭାଇରାଲ ହେଉଛି। ମହିଳା ଗୁହାରି ଲଗାଇଥିଲେ ସୁଦ୍ଧା କେହି ଶୁଣିନଥିଲେ। ଅଶୋକନଗର ବିଜେପି ଜିଲ୍ଲା ଅଧ୍ୟକ୍ଷ ଅଶୋକ ତିଓ୍ୱାରୀ ମାଡପିଟରୁ ଭିଡ଼ିଓ ସାମ୍ନାକୁ ଆସିବା ପରେ ନୋଟିସ୍ ଜାରି କରିଛନ୍ତି। ଜବାବ ନ ଦେଲେ ଏକପାଖିଆ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇଦିଆଯାଇଛି।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *