ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟିଙ୍ଗ ର ୪୮ ଘଣ୍ଟା ପୂର୍ବରୁ ଭାଜପା ନେତାଙ୍କୁ ହତ୍ୟା

Spread the love

କୋଲକାତା : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ୮ ଜୁଲାଇରେ ଭୋଟଗ୍ରହଣ କରାଯିବ । ମତଦାନର ୪୮ ଘଣ୍ଟା ପୂର୍ବରୁ ବୀରଭୂମ ଜିଲ୍ଲାର ହିଙ୍ଗଳା ଗ୍ରାମ ପଞ୍ଚାୟତରେ ଭାଜପାର ବୁଥ୍ ଉପାଧ୍ୟକ୍ଷ ଦିଲ୍ଲୀପ ମହାରା (୪୮)ଙ୍କୁ ହତ୍ୟା କରାଯାଇଛି । ହତ୍ୟା ପରେ ତାଙ୍କ ଶବକୁ ତାଙ୍କ ଘର ନିକଟ ରାସ୍ତା କଡ଼ରେ ଫିଙ୍ଗି ଦିଆଯାଇଥିଲା । ବୁଧବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି ।

ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଗୁରୁବାର ସକାଳେ ଜାରୀ କରାଯାଇଥିବା ବୟାନରେ କୁହାଯାଇଛି ଯେ, ବୁଧବାର ରାତିରୁ ଦିଲ୍ଲୀପ ନିଖୋଜ ଅଛନ୍ତି । ଆଜି ସକାଳେ ତାଙ୍କ ଶବ ରାସ୍ତା କଡ଼ରୁ ମିଳିଛି । ତାଙ୍କ ବେକରେ ଚୋଟର ଚିହ୍ନ ରହିଛି । ଯାହାକି ତାଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ବୀରଭୂମ ପୋଲିସ ଅଧିକ୍ଷକ ରାଜ ନାରାୟଣ ମୁଖାର୍ଜି ଏହି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *