ଅହମଦାବାଦ ଓ ବଡ଼ଦୌରାର ୨୮ ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ। ବୋମାରେ ଉଡ଼ାଇବାକୁ ଆଜି ଆସିଥିଲା ଇମେଲରେ ଧମକ। ଯାହାକୁ ନେଇ ସ୍କୁଲରେ ହଇଚଇ ଖେଳିଯାଇଥିଲା। ସୂଚନା ମିଳିବା ମାତ୍ରେ ପୁଲିସ ଏ ସମସ୍ତ ସ୍କୁଲରେ ପହଞ୍ଚି କ୍ୟାମ୍ପସ ଖାଲି କରିଥିଲେ। ତେବେ ସର୍ଚ୍ଚ ଅପରେସନରେ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିନଥିଲା। ପୁଲିସ, ସ୍ପେଶିଆଲ ଅପରେସନ ଗ୍ରୁପ୍, କ୍ରାଇମବ୍ରାଞ୍ଚ ଓ ବୋମା ଡିସପୋଜାଲ ସ୍କ୍ୱାର୍ଡ ଏହାର ଛାନଭିନ କରିଥିଲେ। ସାଇବର କ୍ରାଇମରେ ମାମଲା ହୋଇଛି। ଏଭଳି ଧମକପୂର୍ଣ୍ଣ ଇମେଲ୍ କିଏ କରିଛି, ତାକୁ ଚିହ୍ନଟ ଲାଗି ପୁଲିସ ଆରମ୍ଭ କରିଛି ତଦନ୍ତ। ଯେଉଁ ସ୍କୁଲକୁ ଟାର୍ଗେଟ କରି ଏଭଳି ଇ-ମେଲ୍ ହୋଇଥିଲା। ସେମାନେ ହେଲେ ଅହମଦାବାଦର ଡିଏଭି ଇଣ୍ଟରନାସନାଲ ପବ୍ଲିକ ସ୍କୁଲ, ଏସିଆ ସ୍କୁଲ, ଅଙ୍କୁର ଇଣ୍ଟରନାସନାଲ ସ୍କୁଲ, ସନ୍ଥ କବୀର ସ୍କୁଲ, ବଡ଼ଦୌରାରେ ଥିବା ଡି ଆର ଅମିନ ସ୍କୁଲ, ଉର୍ମି ସ୍କୁଲ, ଡନ୍ ବାସ୍କୋ। ଏହା ପୂର୍ବରୁ ଜାନୁଆରୀ ୨୩ରେ ଅହମଦାବାଦର ଅନେକ ସ୍କୁଲକୁ ବୋମା ଧମକର ଇମେଲ୍ ଆସିଥିଲା। କିନ୍ତୁ ଯାଞ୍ଚରୁ କିଛି ବି ମିଳିନଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now