ଲାଞ୍ଚ ଟଙ୍କା ଧରି ଦୌଡ଼ିଲେ ସହକାରୀ ଯନ୍ତ୍ରୀ। ଆଉ ତାଙ୍କୁ ଧରିବାକୁ ପଛରେ ଗୋଡ଼ାଇଥିଲେ ଏସିବି ବା ଆଣ୍ଟି କରପସନ ବ୍ୟୁରୋର ଅଫିସର। ଆଉ ଯନ୍ତ୍ରୀ ଜଣକ ହାତରେ ଧରିଥିବା ୩୦ହଜାର ଲାଞ୍ଚ ଟଙ୍କାକୁ ଧରି ଦୌଡ଼ିଥିଲେ। ଆଉ ବାଟରେ ପଡ଼ୁଥିବା ଖାଲି ଫ୍ଲାଟରେ ଟଙ୍କା ପିଙ୍ଗିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଭିଜିଲାନ୍ସ ଅଫିସର ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ। ଆଜମେରର ବିଦ୍ୟୁତ ବିତରଣ ନିଗମର ସହକାରୀ ଯନ୍ତ୍ରୀଙ୍କ ଲାଞ୍ଚ ଟଙ୍କା ଫିଙ୍ଗିବା ଓ ଭିଜିଲାନ୍ସ ହାବୁଡ଼ରୁ ଖସି ଦୌଡ଼ିବାର ଭିଡ଼ିଓ ଭାଇରାଲ ହୋଇଛି। ଝୁନଝୁନର ଏଇ ହାଇଭୋଲଟେଜ ଡ୍ରାମାକୁ ନେଇ ସବୁଠି ଚର୍ଚ୍ଚା। ଜଣେ ଠିକାଦାରଙ୍କ ପିଏମ ସୂର୍ଯ୍ୟଘର ଯୋଜନାର ଫାଇଲ ଆପୃଭ୍ କରିବାକୁ ଏହି ଲାଞ୍ଚ ନେଉଥିଲେ ସହକାରୀ ଯନ୍ତ୍ରୀ ନରେନ୍ଦ୍ର ସିଂ। ଏହି ଲାଞ୍ଚ କାରବାରରରେ ସହାୟକ ପ୍ରଶାସନିକ ଅଧିକାରୀ ଆଜାଦ ସିଂଙ୍କୁ ବି ଗିରଫ କରାଯାଇଛି। କାରଣ ଆଜାଦ ଲାଞ୍ଚ ମାଗି ଏହାକୁ ନରେନ୍ଦ୍ରଙ୍କୁ ଦେବାରେ ପୁରା ସାମିଲ୍ ଥିଲେ। ବିଲ୍ ପାସ ପାଇଁ ୪୦ହଜାର ଟଙ୍କା ଦାବି କରିଥିଲେ।


Naxatra News is now on Whatsapp
Join and get latest news update delivered to you via whatsapp
Join Now