ଗ୍ରୀଲ ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ସମେତ ଟଙ୍କା ଲୁଟ୍

Spread the love

ଖୋର୍ଦ୍ଧା : ଗତକାଲି ବିଳମ୍ବିତ ରାତିରେ ଝରକା ଗ୍ରୀଲ ଭାଙ୍ଗି ଦୃବୃର୍ତମାନେ ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର ସହିତ ନଗଦ ଟଙ୍କା ଚୋରେଇ ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ନିରାକାରପୁର ସାହିରେ ବିଳମ୍ବିତ ରାତିରେ ଜୈନିକ ବୃଦ୍ଧ ଦମ୍ପତି ଘରେ ଶୋଇଥିବା ବେଳେ ପାଖ ରୁମ୍ର ଝରକା ଭାଙ୍ଗି ଦୃବୃର୍ତମାନେ ଘର ଭିତରେ ପଶିଥିଲେ । ଭିତରେ ପଶି ଆଲମିରା ଭାଙ୍ଗିବା ସହ ଲକ୍ଷାଧିକ ଟଙ୍କାର ରୁପା ସୁନା ଅଳଙ୍କାର ସହିତ ନଗଦ ଟଙ୍କା ମଧ୍ୟ ଚୋରି କରିଛନ୍ତି । ତେବେ ନିରାକାରପୁରରେ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ୍ୟ ପୋଲିସ ଏହାକୁ ଗୁରୁତ୍ୱ ଦେଉନ ଥିବାରୁ ନିରକାରପୁର ଅଂଚଳରେ ଦିନକୁ ଦିନ ଚୋରି ବୃଦ୍ଧି ପାଉଛି ।

Leave a Reply

Your email address will not be published. Required fields are marked *