ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ୩୦ ହଜାର ଟଙ୍କା ଲୁଟିନେଲେ

Spread the love

ଖୋର୍ଦ୍ଧା : ଦିନକୁ ଦିନ ଚୋରୀ ଡକାୟତି ଭଳି ଅପରାଧିକ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଲୋକେ ଥାନାରେ ଅଭିଯୋଗ କଲା ପରେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି।ଏପରିକି ଲୋକେ ଏବେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଏଭଳି ଘଟଣା ଏବେ ଟାଙ୍ଗୀ ଅଞ୍ଚଳରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳୁଛି।

ସୂଚନା ମୁତାବକ, ଗତକାଲି ରାତିରେ ୮ ଜଣ ଦୁର୍ବୁତ ଟାଙ୍ଗୀ ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ୟୁକୋ ବ୍ୟାଙ୍କ ନିକଟରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଲୁଟ୍ କରୁଥିବା ଚିତ୍ର ସିସି ଟିଭି କ୍ୟାମେରାରେ କଏଦ ହୋଇଛି । ୟୁକୋ ବ୍ୟାଙ୍କ ନିକଟରେ ରେଳ ବିଭାଗରେ କାର୍ଯ୍ୟ କରୁଥିବା ସୁଶାନ୍ତ ପଟ୍ଟନାୟକ ଘର ଭଡ଼ା ନେଇ ନିଜ ପରିବାର ସହ ରହି ଆସୁଛନ୍ତି । ଗତକାଲି ରାତିରେ ସୁଶାନ୍ତ ପଟ୍ଟନାୟକ, ତାଙ୍କ ପତ୍ନୀ ଓ ଝିଅ ଖାଇ ସାରିବା ପରେ ଶୋଇ ପଡ଼ିଥିଲେ । ବିଳମ୍ବିତ ରାତିରେ ୮ ଜଣ ଲୁଟେରା ତାଙ୍କ ଗ୍ରିଲ୍ ଭାଙ୍ଗି ଚୋରି କରିବା ପାଇଁ ଘରେ ପଶିଥିଲେ । ପରିବାର ଲୋକେ ଶୋଇଥିବା ଘର ଦୁଆର ବାହାରୁ ପଟୁ ବନ୍ଦ କରି ଦୁର୍ବୁତ ମାନେ ଲୁଟ୍ କରିଥିଲେ । ତେବେ ଦୁର୍ବୁତ ମାନେ ଘରେ ଥିବା ଆଲମୀରା ଭାଙ୍ଗି ସେଥିରେ ଥିବା ନଗଦ ୩୦ ହଜାର ଟଙ୍କା ସହ ପ୍ରାୟ ୩ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଟାଙ୍ଗୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *