ବାଲେଶ୍ବର: ବାଲେଶ୍ବର ଶିଙ୍ଗା ଖୁଣ୍ଟା ପଂଚାୟରେ ଅଭାବନୀୟ ଘଟଣା । ଭିଣୋଇ ତୀର ମାଡରେ ଶଳା ଗୁରୁତର । ପାରିବାରିକ କଳହକୁ କେନ୍ଦ୍ର ପରି ଏଭଳି ଘଟଣା ଘଟିଛି । ଗୁରୁତର ଶଳାକୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୂତାବକ ସିଙ୍ଗାଖୁଣ୍ଟା ପଂଚାୟତ ଫଟାଆମ୍ବ ଗାଁର ସାଲୁ ସିଂ ଏବଂ ତାଙ୍କ ଭିଣୋଇ ମୁଟୁ ସିଂଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ମୁଟୁ ସିଂ ଶଳା ସାଲୁ ସିଂ କୁ ପଛ ପଟୁ ତୀର ମାରି ଥିଲେ l
ଫଳରେ ସାଲୁ ଅଚେତ ହୋଇ ତଳେ ପଡିଯାଇଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ ସୋର ଡାକ୍ତରଖାନାକୁ ଆଣିଥିଲେ l ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now