ଅତିରିକ୍ତ ତହସିଲଦାରଙ୍କୁ ମାରଣାନ୍ତକ ଆକ୍ରମଣ। ଭାଙ୍ଗି ଚୁରମାର କରିଦେଲେ ଗାଡି। କପ୍ତିପଦା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ ଆଜି ସକାଳ ସମୟରେ ବେଆଇନ ଚୋରା ବାଲି ଚାଲାଣ ଧରପଗଡ଼ ପାଇଁ କାର୍ଯ୍ୟାଳୟ ରୁ ନିଜ କାର ଧରି ବାହାରିଯିବା ସମୟରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ମାଫିଆମାନେ ପ୍ରଥମେ ଅତିରିକ୍ତ ତହସିଲଦାରଙ୍କୁ ଅଟକାଇ ଧମକ ଦେଇଥିଲେ। ଏହା ପରେ ମାଫିଆମାନେ ତାଙ୍କୁ ଘେରି ଯିବାରୁ ସେଠାରୁ ଅତିରିକ୍ତ ତହସିଲଦାର ବାହାରି କପ୍ତିପଦା ଥାନା କୁ ଆସିଥିବା ବେଳେ କପ୍ତିପଦା ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କ ଗାଡି ସମେତ ତାଙ୍କୁ ମଧ୍ୟ ଇଟା ଓ ପଥର ମାଡ଼ କରି ଗାଡି ଭାଙ୍ଗି ଚୁରମାର କରିୱା ସହ ଥାନା ସମ୍ମୁଖରେ ଘଟଣା ଘଟାଇବା ପରେ ମାଫିଆମାନେ ଫେରାର ହୋଇଯାଇଥିଲେ। ସେପଟେ ଜୀବନ ପ୍ରତି ବିପଦ ଥିବା ଜାଣି ଅତିରିକ୍ତ ତହସିଲଦାର ଥାନାକୁ ଆସିଥିବା ବେଳେ ଥାନା ଗେଟ ବନ୍ଦ ଥିବାରୁ ମାଫିଆମାନେ ତାଙ୍କୁ ଆକ୍ରମଣ କରିଥିବା କହିଛନ୍ତି ଅତିରିକ୍ତ ତହସିଲଦାର।

Naxatra News is now on Whatsapp
Join and get latest news update delivered to you via whatsapp
Join Now