କେବଳ ଏତିକି ଦୋଷ ଥିଲା। ଯୁକ୍ତିତର୍କ ବେଳେ ଅନ୍ୟକୁ ଅଙ୍ଗୁଳି ଦେଖାଇଥିଲେ। ତା ପରେ ତ ସ୍ଥିତି କିଏ ସମ୍ଭାଳେ। ଗୁରୁଗ୍ରାମରେ ବାଇକରଙ୍କୁ ମାଡ଼ ମାରିବା ସହ ତାଙ୍କ ବାଇକକୁ ଚୂନା କରିଦେଇଛନ୍ତି କିଛି ଲୋକ। ଯିଏ ଆକ୍ରମଣ କରିଥିଲେ ସମସ୍ତେ ବସିଥିଲେ ଏକ ସ୍କର୍ପିଓରେ। ଏମ୍ୱିଏନ୍ସସ ମଲରୁ ପୋଚଗାଁଓକୁ ଜଳଖିଆ ଖାଇବାକୁ ଯାଉଥିଲେ ବାଇକର ଜଣକ। କିନ୍ତୁ ଦ୍ୱାରକା ଏକ୍ସପ୍ରେସ ଓ୍ୱେର ସ୍କର୍ପିଓରେ ବସିଥିବା କିଛି ଲୋକଙ୍କ ସହ ତାଙ୍କର କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା। ଗୁରୁଗ୍ରାମରେ ଦିଲ୍ଲୀର ସ୍କର୍ପିଓ ଯାତ୍ରୀଙ୍କ ଗୁଣ୍ଡାଗର୍ଦ୍ଦି ବଳିପଡ଼ିଥିଲା। ବାଇକର ଜଣକ ସଫ୍ଟଓ୍ୱେର ଡେଭେଲପର। ସେ ଚଳାଉଥିବା ୧୧ ଲକ୍ଷ ଟଙ୍କାର ବାଇକକୁ ପିଟି ପିଟି ଭାଙ୍ଗିଦେଇଛନ୍ତି ଦୁର୍ବୃତ୍ତ। ଅଭିଯୁକ୍ତମାନେ ପଛ ପଟୁଆଗ ଟକ୍କର ମାରି ତଳେ ପକାଇବାକୁ କୁଆଡ଼େ ଚେଷ୍ଟା କରିଥିଲେ। ତା ପରେ ବାଇକରକୁ ପିଟିବା ସହ ଷ୍ଚିଲର ବେସବ୍ୟାଟରେ ବାଇକକୁ ଚୂନା କରିଦେଲେ। ଏହି ଆକ୍ରମଣରେ ଫୁଡ୍ ଡେଲିଭରି କମ୍ପାନୀର ସଫ୍ଟଓ୍ୱେର ଡେଭେଲପର ଗମ୍ଭୀର ଭାବେ ଆହତ ହୋଇଛନ୍ତି। ୧୧ଲକ୍ଷ ଟଙ୍କାର କାଓ୍ୱାସାକି ଜି-୯୦୦ ବାଇକକୁ ଭାଙ୍ଗିଦେଲେ। କଳା ରଙ୍ଗର ସ୍କର୍ପିଓ ନମ୍ୱର DL4CBE1750 କୁହାଯାଉଛି। ଆକ୍ରମଣକାରୀ ସମସ୍ତେ ନିଶାଗ୍ରସ୍ତ ଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଅଭିଯୁକ୍ତମାନେ କୁଆଡ଼େ ଦିଲ୍ଲୀରେ ଜିମ୍ ଚଳାନ୍ତି। ଆଉ ନିଶା କରି ଡ୍ରାଇଭିଂ ଷ୍ଟଣ୍ଟ କରନ୍ତି। ଜିମରେ ଗନ୍ କଲଚରର ଗୀତ ଉପରେ ରିଲ୍ସ ବି କରନ୍ତି। ଏମାନଙ୍କ ଇନଷ୍ଚାଗ୍ରାମ ପେଜରେ ଏଭଳି ଭିଡ଼ିଓ ଅପଲୋଡ଼ ହୋଇଛି। ଏହାର ଭିଡ଼ିଓ ଭାଇରାଲ ପରେ ପ୍ରକୃତ ଘଟଣା କଅଣ। ଏହାର ପର୍ଦ୍ଦାଫାସ ହେଉ ବୋଲି ଅନେକ ୟୁଜର୍ସ ଦାବି କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now