ଟ୍ରେନ ଟ୍ରାକକୁ ରାସ୍ତା କରିଦେଲେ ଯୁବତୀ। ତେଲେଙ୍ଗାନାର ଶଙ୍କରପାଲି ପାଖରେ ଥିବା ଟ୍ରେନ ଟ୍ରାକରେ କାର୍ ଚଳାଉଥିଲେ ଯୁବତୀ। ରେଲଓ୍ୱେ ଷ୍ଟାଫ୍ ତାଙ୍କୁ ଯେତେ ରୋକିବାକୁ ଚେଷ୍ଟା କଲେ ବି ସେ ନ ଶୁଣି ଅଧିକ ବେଗରେ କାର୍ ଚଳାଇଥିଲେ। ଯୁବତୀଙ୍କୁ ଶେଷରେ କାବୁ କରିବାକୁ ନାକେଦମ ହୋଇପଡ଼ିଥିଲେ ରେଳ କର୍ମଚାରୀ। ଯୁବତୀଙ୍କ ଏଭଳି କାରନାମା ଲାଗି ବେଙ୍ଗାଲୁରୁ- ହାଇଦ୍ରାବାଦ ଟ୍ରେନ ଗୁଡ଼ିକ ଅନେକ ସମୟ ଧରି ଅଟକି ରହିଥିଲା। ନାଗୁଲାପାଲି ଓ ଶଙ୍କରପାଲି ମଝିରେ ଥିବା ଟ୍ରାକରେ କାର ଚଳାଉଥିଲେ ଯୁବତୀ। ଏଭଳି କାରନାମା ଲାଗି ଯୁବତୀଙ୍କୁ ଗିରଫ କରାଯାଇଛି। ଯୁବତୀ ଜଣକ ପୂର୍ବରୁ ସଫ୍ଟଓ୍ୱେର ଇଞ୍ଜିନିୟର ଥିଲେ। ରିଲ୍ସ କେମିତି ରିସ୍କ ସାଜୁଛି। ଆଉ ଷ୍ଟଣ୍ଟ ନିଶାରେ କେମିତି ସମସ୍ତଙ୍କ ଜୀବନକୁ ବିପଦରେ ପକାଉଛନ୍ତି, ଏହା ଥିଲା ତାହାର ନଜିର। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ସେ ନିଶାଗ୍ରସ୍ତ ଥିଲେ। ଜିଆରପି କଷ୍ଟଡ଼ିରେ ଏବେ ଅଛନ୍ତି ଯୁବତୀ। ୧୦ରୁ ୧୫ ଟି ପାସେଞ୍ଜର ଟ୍ରେନକୁ ବାଧ୍ୟ ହୋଇ ଡାଇଭର୍ଟ କରିବାକୁ ପଡିଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now