ସିବିଏସଇ ପରୀକ୍ଷାରେ ଏକ ଠକେଇ ରାକେଟକୁ ଧରିଛି ଇଟାନଗର ପୁଲିସ। ଏନଭିଏସ ନିଯୁକ୍ତି ପରୀକ୍ଷାରେ ହାଇଟେକ୍ ଚିଟିଂ ସିଣ୍ଡିକେଟକୁ ଧରିଛି ପୁଲିସ। ଏହି ରାକେଟରେ ସାମିଲ୍ ଥିଲେ ୫୩ ଛାତ୍ର। ପରୀକ୍ଷାରେ ହାଇଟେକ୍ ଉପାୟରେ ଏମାନେ ଚିଟିଂ କରୁଥିଲେ। ଏ ସମସ୍ତ ଛାତ୍ର ହରିଆଣାର। ପରୀକ୍ଷାରେ ନକଲ ପାଇଁ ଏମାନଙ୍କ କାନରେ ଲାଗିଥିଲା ଇଅର ପିସ୍ ଓ ଇଲେକଟ୍ରିକ ଡିଭାଇସ। ଏମାନଙ୍କ ପ୍ରଛଦପଟ୍ଟରେ ରହି ଉତ୍ତର ଯୋଗାଉଥିଲେ ଏକ ଗ୍ୟାଙ୍ଗ। ଏହି ଗ୍ୟାଙ୍ଗକୁ ତୁରନ୍ତ ଧରାଯିବ ବୋଲି କହିଛନ୍ତି ଏସପି ରୋହିତ ରାଜବୀର ସିଂ। ନବୋଦୟ ବିଦ୍ୟାଳୟ ସମିତିରେ ନିଯୁକ୍ତି ଲାଗି ସିବିଏସଇ ଦ୍ୱାରା ଆୟୋଜିତ ପରୀକ୍ଷାରେ ଏଭଳି ବିଭ୍ରାଟ ଦେଖାଦେଇଥିଲା। ପେପର ଲିକର ଆଶଙ୍କା ବି କରାଯାଉଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now