ବଲିଉଡ୍ ଅଭିନେତ୍ରୀ ସେଲିନା ଜେଟଲି ନିଜ ସ୍ୱାମୀଙ୍କଠୁ ୫୦ କୋଟି ଟଙ୍କା କ୍ଷତିପୂରଣ ଦାବି କଲେ। ଘରୋଇ ହିଂସାର ଆରୋପ ଆଣି ଅଷ୍ଟ୍ରେଲିୟ ସ୍ୱାମୀଙ୍କଠୁ ଏହି କ୍ଷତିପୂରଣ ଦାବି କରିଛନ୍ତି ସେଲିନା। ୧୪ ବର୍ଷ ପରେ ସେଲିନାଙ୍କ ଦାମ୍ପତ୍ତ୍ଯ ଜୀବନ ଭାଙ୍ଗିଛି। ପୂର୍ବତନ ମିସ୍ ଇଣ୍ଡିଆ ସେଲିନା ବିବାହର ୧୪ ବର୍ଷ ପରେ ସ୍ୱାମୀଙ୍କ ବିରୁଦ୍ଧରେ ଘରୋଇ ହିଂସାର ଆରୋପ ଆଣି କୋର୍ଟ ନୋଟିସ୍ ପଠାଇଛନ୍ତି। କୋର୍ଟ ପିଟର ହାଗଙ୍କୁ ସମନ କରିଛନ୍ତି। ୨୦୧୧ରେ ପିଟରଙ୍କୁ ବିବାହ କରିଥିଲେ ସେଲିନା। ପିଟର ଅଷ୍ଟ୍ରେଲିୟ ହୋଟେଲ ବ୍ୟବସାୟୀ ଅଟନ୍ତି। ସେଲିନା ୨୦୧୧ରେ ଜାଆଁଳା ପୁଅ ଓ୍ୱିଷ୍ଟନ ଓ ବିରାଜଙ୍କୁ ଜନ୍ମ ଦେଇଥିଲେ। ପୁଣି ଥରେ ସେଲିନା ୨୦୧୭ରେ ଜାଆଁଳା ଛୁଆ ଜନ୍ମ କରିଥିଲେ। ଗୋଟିଏ ଛୁଆର ହାଇପୋଲ୍ପାଷ୍ଟିକ ହାର୍ଟ କଣ୍ଡିସନରୁ ମୃତ୍ୟୁ ହୋଇଥିଲା। ଏହା ଏକ ହୃଦରୋଗ ଥିଲା। ପିଲାଟିର ମୃତ୍ୟୁ ଏହି ଦମ୍ପତ୍ତିକୁ ବଡ଼ ଝଟକା ଦେଇଥିଲା। ପୂର୍ବତନ ମିସ୍ ଇଣ୍ଡିଆ (୨୦୦୧) ଓ ମିସ୍ ୟୁନିଭର୍ସ ରନର-ଅପ ସେଲିନା ବଲିଉଡ଼ରେ ନୋ ଏଣ୍ଟ୍ରି, ଗୋଲମାଲ ରିଟର୍ଣ୍ଣସ, ଥ୍ୟାଙ୍କ ୟୁ ଭଳି ଫିଲ୍ମରେ ଅଭିନୟ କରିଛନ୍ତି। ବିବାହ ପରେ ସେ କିନ୍ତୁ ନିଜ ପରିବାର ଉପରେ ଫୋକସ କରିଥିଲେ। ସେଲିନା ନିଜର ମ୍ୟାରେଜ ଆନିଭର୍ସିରେ ସ୍ୱାମୀ ପିଟରଙ୍କ ପାଇଁ ଏକ ଲମ୍ୱା ଚୌଡ଼ା ପୋଷ୍ଟ କରିଥିଲେ। କ୍ୟାପସନରେ ଲେଖିଥିଲେ, ୧୪ ବର୍ଷ ପୂର୍ବରୁ ଆଜିକା ଦିନରେ ପିଟର ହଗ୍ କେବଳ ୮ ଘଣ୍ଟା ପାଇଁ ମୁମ୍ୱାଇ ଆସିଥିଲେ। ଆଉ ତାଙ୍କ ଅଭିଭାବକଙ୍କ ସହ ବିବାହ ବାବଦରେ କଥା ହେବାକୁ। ଏ କଥା ନେଇ ସେଲିନା ବି ଜାଣିନଥିଲେ। ଆଉ ସେହି ରାତିରେ ଫ୍ଲାଇଟରେ ଫେରିବା ପୂର୍ବରୁ ତାଙ୍କୁ ରିଂ ପିନ୍ଧାଇଥିଲେ ଓ ପ୍ରୋପୋଜ କରିଥିଲେ। ଶେଷରେ ୧୪ ବର୍ଷ ଦାମ୍ପତ୍ୟ ଜୀବନରେ ଲାଗିିଛି ଆଇନଗତ ଲଢ଼େଇ। ଘରୋଇ ହିଂସା, କ୍ରୁରତା, ଇମୋସନାଲ, ଫିଜିକାଲ, ସେକ୍ସୁଆଲ ଓ ଗାଳିଗୁଲଜର ଆରୋପ ଲଗାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now