ଚୋରା କାଠ ଚାଲାଣ ବେଳେ ଚଢାଉ, ଜଣେ ଗିରଫ

Spread the love

ଜୟପୁର : ଜୟପୁର ବନାଞ୍ଚଳ ତରଫରୁ ଚୋରା କାଠ ଚାଲାଣ ବେଳେ ଚଢାଉ କରି ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଫାମ୍ପୁଣିର ଆନନ୍ଦ ବିଶ୍ୱାଳ । ବନ ବିଭାଗର ସୂଚନା ଅନୁଯାଇ ଫିସେରି ଅଫିସ ନିକଟ ନନ୍ଦଗୁଡା ରାସ୍ତାରେ ଟାଟାଏସି ଗାଡି ଓଆର ୧୦ ଏଚ ୦୭୯୮ ରେ କାଠ ବୋଝେଇ ହୋଇ ଆସୁଥିବା ବେଳେ ଚଢାଉ କରିଛି । ଫାମ୍ପୁଣିରୁ ଜୟପୁର ସହର କୁ ଆସୁଥିବା ବେଳେ ଚଢାଉ କରିଛି । ଚଢାଉ କରି ୩୪ଟି ଶାଳ ସାଇଜ ଓ ଟାଟା ଏସି ଗାଡିକୁ ଜବତ କରିଛି । ଜବତ କାଠର ମୁଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ଜୟପୁର ବନାଞ୍ଚଳ ଅଧିକାରି ସଚିଦା ନନ୍ଦ ପରିଡା ସୂଚନା ଦେଇଛନ୍ତି । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଚଡାଉରେ ବନାଞ୍ଚଳ ଅଧିକାରି ସଚିଦା ନନ୍ଦ ପରିଡା, ଫରେଷ୍ଟର ରଞ୍ଜିତା ନାୟକ, ସୁଶିଳ ମହାନ୍ତି, ଅରୁଣ ଜେନା , ଫରେଷ୍ଟ ଗାର୍ଡ ଅନିଲ ଦାସ, ଗୌତମ ସ୍ୱାଇଁ ,ସିଏଚ କାଲୋ କଳ୍ପନା ନାୟକ ସହ ପାରା ଷ୍ଟାପ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *