ଚନ୍ଦନ ଗୁପ୍ତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଲିମର ଲକ୍ଷ୍ନୌ ଜେଲରେ ଆଜି ମୃତ୍ୟୁ ହୋଇଛି। ଜାନୁଆରୀ ୨୬, ୨୦୧୮ରେ କାସଗଞ୍ଜରେ ତ୍ରିରଙ୍ଗା ଯାତ୍ରା ବେଳେ ଚନ୍ଦନ ଗୁପ୍ତାଙ୍କୁ ମର୍ଡର କରାଯାଇଥିଲା। ଏହି କାଣ୍ଡରେ ଗୋଟିଏ ପରିବାରର ସଲିମ ଓ୍ୱାସିମ୍ ଓ ନସିମକୁ ଆଜୀବନ କାରାଦଣ୍ଡର ସଜ୍ଜା ଶୁଣାଯାଇଥିଲା। ସଲିମ୍ ହିଁ ଚନ୍ଦନକୁ ଗୁଳି କରିଥିଲା। ସାମୂହିକ ଯାତ୍ରାରେ ସାମିଲ ଲୋକଙ୍କ ଉପରେ ପଥରମାଡ଼ ସହ ଫାୟାରିଂ କରିଥିଲେ ଅଭିଯୁକ୍ତମାନେ। ସଲିମ ଶେଖ୍ ଦୀର୍ଘ ଦିନ ହେଲା ବେମାରରେ ପଡ଼ିଥିଲା। କିଡନୀ ଜନିତ ସମସ୍ୟାରୁ ଡାଏଲିସିସ୍ ଚାଲିଥିଲା। ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟିରେ ଭର୍ତ୍ତି ହୋଇଥିଲା। ଚନ୍ଦନକୁ ଗୁଳି କରି ହତ୍ୟା କରାଯାଇଥିଲା। ଏ ମାମଲାରେ ୨୮ ଅଭିଯୁକ୍ତ ଥିଲେ। ୪ଜଣ ଅଭିଯୁକ୍ତଙ୍କୁ ଲକ୍ଷ୍ନୌ ହାଇକୋର୍ଟରୁ ଜାମିନ ମିଳିଛି। ଏହି ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟ ଯିବୁ ବୋଲି କହିଛନ୍ତି ଚନ୍ଦନଙ୍କ ଭାଇ ବିବେକ ଗୁପ୍ତା। ଏହି ମାମଲାରେ ଶହେରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିଲା। ଅନେକଙ୍କୁ ପରେ ଛାଡ଼ି ଦିଆଯାଇଥିଲା। ଲକ୍ଷ୍ନୌ ଏନଆଇଏ କୋର୍ଟ ସଲିମ, ଓ୍ୱାସିମ ଓ ନସିମକୁ ଆଜୀବନ କାରାଦଣ୍ଡ ଦେଇଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now