ପତ୍ନୀ ଓ ୩ ଝିଅଙ୍କୁ ମର୍ଡର। ଧାରୁଆ ଅସ୍ତ୍ରରେ ହତ୍ୟା କରିଛି ସ୍ୱାମୀ। ଦିଲ୍ଲୀର ଚନ୍ଦନପାର୍କରେ ଏଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ମର୍ଡର ପରଠୁ ସ୍ୱାମୀ ଫେରାର୍ ହୋଇଯାଇଛି। ପୁଲିସର ସବୁତକ ସନ୍ଦେହ ସେଥିଲାଗି ସ୍ୱାମୀ ଉପରେ ରହିଛି। ତିନି ଝିଅଙ୍କ ବୟସ ୨,୩ ଓ ୫ ବର୍ଷ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି, ପତ୍ନୀଙ୍କ ଗଳା କାଟି ଦିଆଯାଇଛି। ତେବେ ଅଭିଯୁକ୍ତ ପରିବାରକୁ ଏଭଳି ନିର୍ମମ ହତ୍ୟା କରିଛି କି ନାହିଁ, ତାହା ସ୍ପଷ୍ଟ ହୋଇନି। କିନ୍ତୁ ପଡ଼ୋଶୀଙ୍କଠୁ ପୁଲିସ ସୁରାକ୍ ପାଇଛି ଯେ, ପତି ପତ୍ନୀଙ୍କ ଭିତରେ ପ୍ରାୟ ଝଗଡ଼ା ହୁଏ। ଫରେନସିକ ଟିମ୍ ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ମୃତକ ମହିଳାଙ୍କ ନାଁ ଅନୀତା। ସେ ବିହାରର ମୂଳ ନିବାସୀ। ତାଙ୍କ ସ୍ୱାମୀ ମୁଞ୍ଚନ କେୱଟ ଆଜାଦପୁର ମଣ୍ଡିରେ ପରିବା ବିକନ୍ତି। ସକାଳୁ ମୁଞ୍ଚନ ଫେରାର୍ ହୋଇଯାଇଛି। ଅଭିଯୁକ୍ତକୁ ଧରିବାକୁ ପୁଲିସ ବିଭିନ୍ନ ଟିମ୍ ଗଠନ କରିଛି। କାହିଁକି ପତ୍ନୀ ଓ ୩ ପିଲାଙ୍କୁ ନିର୍ମମ ହତ୍ୟା କଲା, ତାହାର ଛାନଭିନ୍ ଆରମ୍ଭ ହୋଇଛି। ପୁଲିସ ଶବ ବ୍ୟବଛେଦ ପାଇଁ ପଠାଇ ରିପୋର୍ଟକୁ ଅପେକ୍ଷା କରିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now