ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀଙ୍କୁ ମର୍ଡର। ଚାର୍ଲି କିର୍କ ୟୁଟା ଭାଲି ୟୁନିଭରସିଟିରେ ଭାଷଣ ଦେବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏ ଜଘନ୍ୟ ହତ୍ୟାକାଣ୍ଡର ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି। କିଏ ଓ କାହିଁକି ଚାର୍ଲିଙ୍କୁ ମାରିଲା, ତାକୁ ନେଇ ତନାଘନା ଚାଲିଛି। ଚାର୍ଲିଙ୍କ ବିୟୋଗରେ ଭାଙ୍ଗି ପଡିଛନ୍ତି ଟ୍ରମ୍ପ। ସୋସିଆଲ ମିଡିଆରେ ଦୁଃଖ ଜାହିର କରିଛନ୍ତି। ଚାର୍ଲି କିର୍କ ଥିଲେ କଞ୍ଜରଭେଟର କମେଣ୍ଟର। ଜୁନିୟର ଟ୍ରମ୍ପ ବି ଚାର୍ଲିଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଏହା ସ୍ପଷ୍ଟ ଭାବେ ରାଜନୀତିକ ମର୍ଡର ବୋଲି କହିଛନ୍ତି ଟ୍ରମ୍ପ। ଆମେରିକାନ୍ କମବ୍ୟାକ୍ ଟୁର୍ କ୍ୟାମ୍ପେନ୍ ଅବସରରେ ଭାଷଣ ଦେଉଥିଲେ ଚାର୍ଲି। ଚାର୍ଲି କିର୍କ ଟର୍ଣ୍ଣିଂ ପଏଣ୍ଟ ୟୁଏସଏର ସ୍ଥାପନା କରିଥଇଲେ। ଏହା ଜରିଆରେ ସେ ଟ୍ରମ୍ପଙ୍କ ଏଜେଣ୍ଡାକୁ ବୃଦ୍ଧି ସହ ପ୍ରଚାରପ୍ରସାର କରୁଥିଲେ। ଆମେରିକା ରାଇଟ ଓ୍ୱିଙ୍ଗର ନେତା ଥିଲେ ଚାର୍ଲି। ଯୁବ ଭୋଟରଙ୍କୁ ପ୍ରଭାବିତ କରିବାରେ ଚାର୍ଲିଂଙ୍କର ବଡ଼ ଭୂମିକା ଥିଲା। ଟ୍ରମ୍ପଙ୍କ ଜିତ୍ ରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ଚାର୍ଲି କିର୍କ ଇଲିନୋଇସର ମୂଳନିବାସୀ ଥିଲେ। ସେ ୧୮ ବର୍ଷ ବୟସରେ ଦକ୍ଷିଣପନ୍ଥୀ ଛାତ୍ର ସଂଗଠନ ସମୂହକୁ ନେଇ ଟର୍ଣ୍ଣିଂ ପଏଣ୍ଟ ୟୁଏଏସର ସ୍ଥାପନା କରି ଟ୍ରମ୍ପଙ୍କ ଶାସନକାଳରେ ରିପବ୍ଲିକାନ ପାର୍ଟିରେ ଏକ ଚର୍ଚ୍ଚିତ ଚେହେରା ଭାବେ ଉଭା ହୋଇଥିଲେ। ଚାର୍ଲିଙ୍କ ଏକ୍ସ ଆକାଉଣ୍ଟରେ ୫.୩ ମିଲିୟନ ଫଲୋଅର୍ସ ଥିଲା ବେଳେ ତାଙ୍କର ରେଡ଼ିଓ କାର୍ଯ୍ୟକ୍ରମ ଦି ଚାର୍ଲି କିର୍କ ସୋ ପୋଡ଼କାଷ୍ଟରେ ମାସିକ ୫ଲକ୍ଷରୁ ଅଧିକ ଶ୍ରୋତା ଶୁଣୁଥିଲେ। ସେ ଟାଇମ ଫର୍ ଟର୍ଣ୍ଣିଂ ପଏଣ୍ଟ ଓ ଦି କଲେଜ ସ୍କାମ୍ ସମେତ ଅନେକ ପୁସ୍ତକ ଲେଖିଥିଲେ। ସେ ଟ୍ରମ୍ପଙ୍କ ଏତେ ଘନିଷ୍ଠ ଥିଲେ ଯେ, ତାଙ୍କୁ ଯୁବବର୍ଗର ମନ ବୁଝୁଥିବା ଆଦର୍ଶ ବ୍ୟକ୍ତିତ୍ୱ ବୋଲି କହୁଥିଲେ ଟ୍ରମ୍ପ। ଚାର୍ଲି ଇସ୍ରାଏଲର ବି ବଡ଼ ସମର୍ଥକ ଥିଲେ। ସେଥିଲାଗି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତାଙ୍କୁ ଇସ୍ରାଏଲର ଶେର-ଦିଲ-ଦୋସ୍ତ କହୁଥିଲେ। କିର୍କ ନିଜ ପତ୍ନୀ ଓ ଦୁଇ ପିଲାଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ। ତାଙ୍କ ପତ୍ନୀ ମିସ୍ ଏରିଜୋନା ୟୁଏଏସ ସୁନ୍ଦରୀ ପ୍ରତିଯୋଗିତାର ବିଜେତା ଅଟନ୍ତି। ୟୁଟା ଭାଲି ୟୁନିଭରସିଟି ପରିସରରେ ଆଉଟଡୋର ଇଭେଣ୍ଟରେ ଭାଷଣ ଦେବାକୁ ସେ ଆମେରିକା ଆସିଥିଲା ବେଳେ ତାଙ୍କୁ ଗୁଳି କରି ହତ୍ୟା କରିଦିଆଗଲା। ଓପନ ଫୋରମରେ ମାସ୍ ସୁଟିଂ ଉପରେ ପ୍ରଶ୍ନର ଉତ୍ତର ଦେଉଥିଲେ। ଆକ୍ରମଣ ସମସ୍ତଙ୍କ ସାମ୍ନାରେ ହୋଇଥିଲା। ଚାର୍ଲିଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ୟୁନିଭରସିଟିକୁ ତୁରନ୍ତ ଖାଲି କରାଯାଇଥିଲା। କ୍ଲାସକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ରଦ୍ଦ କରି ଦିଆଯାଇଛି। ୩୧ ବର୍ଷ ବୟସରେ ଚାର୍ଲିଙ୍କ ଅକାଳ ବିୟୋଗରେ ସମସ୍ତେ ମର୍ମାହତ। ସନ୍ଦିଗ୍ଧ ହତ୍ୟାକାରୀକୁ ଏଫବିଆଇ ନିଜ ହେପାଜତକୁ ନେଇଛି। ହତ୍ୟା ପଛରେ ରାଜନୀତିକ ଶତୃତାର ଆଶଙ୍କା କରାଯାଉଛି। କାରଣ କିର୍କଙ୍କ ବିଚାର ବିବାଦସ୍ପଦ ଥିଲା। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ପହଞ୍ଚିଥିଲେ ଆମେରିକାରେ। ଚାର୍ଲିଙ୍କୁ ଶେଷ ସମ୍ମାନରେ ଜାତୀୟ ପତାକାକୁ ଅର୍ଦ୍ଧନମିତ ଲାଗି ଆଦେଶ ଦିଆଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now