ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ଅନୁଗୋଳ ଜିଲ୍ଲା ଛେଣ୍ଡିପଦାକୁ ଥାନା ସମୁଖ ରାଜ୍ୟ ରାଜପଥରେ ଦୁଇ ଗୋଷ୍ଠୀ ମଧ୍ୟରେ କୋଠଘରକୁ ନେଇ ସଂଘର୍ଷ ହୋଇଥିଲା  l ଏହା ଦେଖି ଛେଣ୍ଡିପଦା ଥାନା ଅଧିକାରୀ ଓ ପୋଲିସ କର୍ମଚାରୀ ମାନେ ପହଁଚି ଉତ୍ୟକ୍ତ ଲୋକମାନଙ୍କୁ କାବୁ କରି ଥାନାକୁ ନେଇ ଆସିଥିଲେ l ସୂଚନା ଅନୁଯାୟୀ ଛେଣ୍ଡିପଦା ଥାନା ଖୁଣ୍ଟାନାଳି ଗ୍ରାମରେ ଗ୍ରାମ୍ୟ କମିଟି ଦୁଇଭାଗ ହେଵା ପରେ କୋଠଘରକୁ ନେଇ ବିବାଦ ଦେଖା ଦେଇଥିଲା l ଏହି ବିବାଦ ଦିନକୁ ଦିନ ଉଗ୍ର ରୂପ ନେବା ସହିତ ଏହାର ସମାଧାନ ପାଇଁ ଉଭୟ ପକ୍ଷ ଛେଣ୍ଡିପଦା ଥାନାରେ ଦ୍ୱାରସ୍ଥ ହୋଇଥିଲେ l ଛେଣ୍ଡିପଦା ଥାନାରେ ଘଟଣାର ସମାଧାନ ପାଇଁ ଉଦ୍ୟମ ଚାଲିଥିବା ବେଳେ ଥାନା ସମୁଖରେ କୋଠଘରକୁ ନେଇ ଜୋରଦାର ସଂଘର୍ଷ ହୋଇଥିଲା ଲେହେଙ୍ଗା ଦେଖି ଛେଣ୍ଡିପଦା ଥାନା ଅଧିକାରୀ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ସେଠାରେ ପହଁଚି ଉତ୍ୟକ୍ତ ଲୋକଙ୍କୁ କାବୁ କରି ନେଇ ଯାଇଥିଲେ l ଏହି ଗୋଷ୍ଠୀ ସଂଘର୍ଷରେ କିଛି ସମୟ ପାଇଁ ରାଜ୍ୟ ରାଜପଥରେ ଗାଡି ଚଳା ଚଳ ବନ୍ଦ ହୋଇଥିଲା l ଏନେଇ ପୋଲିସ ଘଟଣାର ସମାଧାନ ପାଇଁ ଉଦ୍ୟମ ଜାରି ରଖିଛି l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *