ଜଷ୍ଟିସ ବର୍ମାଙ୍କ ଘରୁ ବିପୁଳ ନଗଦ ଜବତ- ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଅବଗତ କରାଇଲେ ସିଜେଆଇ

ଜଷ୍ଚିସ ବର୍ମାଙ୍କ ବିରୁଦ୍ଧରେ ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା। ଆଭ୍ୟନ୍ତରୀଣ କମିଟି ଜଷ୍ଟିସ ବର୍ମାଙ୍କ ଘରେ ମିଳିଥିବା ବିପୁଳ ନଗଦ ବାବଦରେ ପୁଷ୍ଟି କରିବା ପରେ ଏଭଳି ଚିଠି ଲେଖିଛନ୍ତି ସିଜେଆଇ। ନାଚୁରାଲ ଜଷ୍ଟିସର ନୀତି ଅନୁସାରେ ସିଜେଆଇ ଏହି ରିପୋର୍ଟ ଜଷ୍ଟିସ ବର୍ମାଙ୍କ ପାଖକୁ ପଠାଇ ଦୁଇ ଦିନ ଭିତରେ ଜବାବ ମାଗିଥିଲେ। ଜଷ୍ଟିସ ବର୍ମାଙ୍କ ଜବାବ ସହ ଅନ୍ତରୀଣ କମିଟିର ରିପୋର୍ଟ ବାବଦରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ସିଜେଆଇ। ଚାକିରୀରୁ ଇସ୍ତଫା ନଚେତ୍ ମହାଅଭିଯୋଗ ପ୍ରକ୍ରିୟାର ସାମ୍ନା କରିବାକୁ ବିକଳ୍ପ ରଖାଯାଇଥିଲା ଜଷ୍ଟିସ ବର୍ମାଙ୍କ ଆଗରେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *