ମୁମ୍ବାଇ: ମୁମ୍ବାଇ ବିମାନ ବନ୍ଦରରେ ଅବକାରୀ ବିଭାଗ ପକ୍ଷରୁ ୧.୩ କେଜି କୋକିନ ଜବତ ହୋଇଛି। ଜବତ କୋକିନର ମୂଲ୍ୟ ୧୩ କୋଟି ଟଙ୍କା ହେବ। ଏହି ଘଟଣାରେ ପୁଲିସ ଜଣେ ଘାନା ନାଗରିକକୁ ଗିରଫ କରିଛି, ଏହି ଅଭିଯୁକ୍ତକୁ ପୁଲିସ ଅଗଷ୍ଟ ୨୮ରେ ପୁଲିସ ଅଟକ ରଖିଥିଲା।
ପୁଲିସ ଅନୁଯାୟୀ ଅଭିଯୁକ୍ତ ତାର ପାକସ୍ତଳୀରେ କୋକିନ ନେଇ ଯାଉଥିଲା। ଅବକାରୀ ବିଭାଗର ପଚରା ଉଚରା କାଳରେ ଘାନାରୁ ମୁମ୍ବାଇ ଆସିଥିବା ଅଭିଯୁକ୍ତ ଘାବରେଇ ଯାଇଥିଲା। ତାର ଏପରି ବ୍ୟବହାରକୁ ନେଇ ସନ୍ଦେହ ହେବାରୁ ତାର ବଡି ସ୍କାନ କରାଯାଇ ଶରୀରରେ କିଛି ଥିବା ଜଣାପଡି ଥିଲା। ଏହା ପରେ ତାକୁ ହସ୍ପିଟାଲ ନିଆଯାଇ ଅପରେସ ପରେ ତାର ଶରୀରରୁ ୮୭ କୋକିନ କ୍ୟାପ୍ସୁଲ ବାହାର କରାଯାଇଛି।
ସମସ୍ତ ୮୭ କ୍ୟାପ୍ସୁଲରେ ୧.୩ କେଜି କୋକିନ ରହିଛି। ପୁଲିସ ଅଭିଯୁକ୍ତ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅନ୍ୟ ଏକ ମାମଲାରେ ମୁମ୍ବାଇ ଅବକାରୀ ବିଭାଗ ଜଣେ ଡ୍ରଗ୍ସ ସିଣ୍ଡିକେଟକୁ ଧରିଛି। ଆମେରିକାରୁ ଡ୍ରଗ୍ସ ଅଣାଯାଇ ମୁମ୍ବାଇରେ ତାର ବିକ୍ରି କରାଯାଉଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now